
ଭୁବନେଶ୍ୱର: ଆସୁଛି ସ୍ବାଧୀନତା ଦିବସ । ଚାରିଆଡେ ହେବ ସେଲିବ୍ରେସନ । ଏଥିପାଇଁ ଏବେଠୁ ଦେଖିବାକୁ ମିଳିଲାଣି ତ୍ରିରଙ୍ଗା ଯାତ୍ରା । ରାଜ୍ୟବ୍ୟାପି ସ୍ବାଧୀନତା ଦିବସ ପାଳନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଗାଁଠୁ ଆରମ୍ଭ କରି ରାଜଧାନୀ ପର୍ଯନ୍ତ ଉତ୍ସବର ମାହୋଲ । ହେଲେ ସେଲିବ୍ରେସନ ସମୟରେ ଯେପରି ନହେଉ ଅଘଟଣ । ସେନେଇ ଚାରିଆଡ଼େ ଜାରି କରାଯାଇଛି ହାଇ ଆଲର୍ଟ । ଏନେଇ ସୂଚନା ଦେଇଛନ୍ତି ADG ଆଇନଶୃଙ୍ଖଳା ସଞ୍ଜୟ ସିଂ ।ସାରା ରାଜ୍ୟରେ ଜାରି ହୋଇଛି ହାଇଆଲର୍ଟ । ବସଷ୍ଟାଣ୍ଡଠୁ ଆରମ୍ଭ କରି ବିମାନବନ୍ଦର, ଦୋକାନଠୁ ଆରମ୍ଭ କରି ସରକାରୀ ଦପ୍ତର ଓ ସପିଂମଲଠୁ ରେଳ ଷ୍ଟେସନ ଭିଡ ନିୟନ୍ତ୍ରିତ ସ୍ଥାନ ଉପରେ ସ୍ବତନ୍ତ୍ର ନଜର ଦିଆଯାଇଛି । ରାଜ୍ୟର ଗୁଇନ୍ଦାକୁ ଆହୁରି ଆଲର୍ଟ ରହିବାକୁ କୁହାଯାଇଛି । ସମସ୍ତ ଜିଲ୍ଲାର ଏସପିମାନଙ୍କୁ ମଧ୍ୟ ଏନେଇ ସର୍କୁଲାର ଜାରି କରାଯାଇଛି । ଭିଡ଼ ନିୟନ୍ତ୍ରଣ ବା କୌଣସି ପୂଜା ପର୍ବାଣ ସ୍ଥାନମାନଙ୍କ ଉପରେ ରହିବ କଡା ନଜର । ବିଭିନ୍ନ ସ୍ଥାନରେ ସଭା ସମିତି ଓ ଲୋକଙ୍କ ସମାଗମ ସ୍ଥଳ ଗୁଡିକରେ କିପରି ଆଗୁଆ ସତର୍କତା ପଦକ୍ଷେପ ନେବା ସହ ଜିଲ୍ଲାର ଗୁଇନ୍ଦାକୁ ମଧ୍ୟ ଆହୁରି ଆକ୍ଟିଭ ପାଇଁ ନିର୍ଦେଶ ଦିଆଯାଇଛି ।

ଜନଗହଳିପୁର୍ଣ୍ଣ ସହରର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ କଟକ ଭଳି ବିଭିନ୍ନ ସହରରେ ମଧ୍ୟ ବ୍ଲକିଂ ଚେକିଂ ସହ ହୋଟେଲରେ ରହୁଥିବା ଅତିଥି ମାନଙ୍କର ଲିଷ୍ଟ ଯାଂଚ କରୁଛି କମିସନରେଟ ପୋଲିସ । କିଏ କେଉଁଠି କେଉଁଥିପାଇ ରହୁଛନ୍ତି ସେନେଇ ମଧ୍ୟ ସଂଦେହ ଆସିଲେ ହୋଟେଲରେ ଯାଇ ପୋଲିସ୍ ଯାଂଚ କରୁଛନ୍ତି । ଏପରିକି ସହରରେ ବିଭିନ୍ନ ମଲ ମାନଙ୍କରେ ଓ ମାର୍କେଟ ଏରିଆ ମାନଙ୍କରେ ମଧ୍ୟ ସଦେହଜନକ ଜିନିଷ ଉପରେ ନଜର ରହିଛି । ପାଟ୍ରୋଲିଂ ଅଧିକ କଡାକଡି କରାଯାଉଛି । ପିସିଆର ଷ୍ଟାଫ୍ ଓ ୧୧୨କଣ୍ଟ୍ରୋଲ ରୁମକୁ ଆଲର୍ଟ ସହ ରାତ୍ରୀକାଳୀନ ପାଟ୍ରୋଲିଂକୁ ରାଉଣ୍ଡ ଅପ୍ ପାଇଁ ସିନିୟର୍ ଅଧିକାରୀ ଥାନାମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଜିଆରପି ପୋଲିସ ଆରପିଏଫର ମିଳିତ ସହଯୋଗରେ ସିସିଟିଭି ନଜରରେ ସବୁ ଦିଗକୁ ନଜର ରଖାଯାଇଛି । ଏପରିକି କିଛି ସଦେହନ ହେଲେ ନଜର ରଖିବା ସହ ଅନେକ ଲୋକଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି । ସେହିପରି ଏୟାରପୋର୍ଟରେ ମଧ୍ୟ ସିଆଇଏସଫ ଜରିଆରେ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି ।

ଏଡିଜି ଆଇନଶୃଙ୍ଖଳା ସଞ୍ଜୟ ସିଂ କହିଛନ୍ତି, “ବିଶେଷ କରି ଇଣ୍ଟେଲିଜେନସ ଓ ଫିଲ୍ଡ ଅଫିସରଙ୍କୁ ଆଲର୍ଟ ରଖାଯାଇଛି । ଆମର ସେଣ୍ଟ୍ରାଲ ଏଜେନ୍ସି ସହ ଯୋଗାଯୋଗ ରହିଛି । ଆମ ପାଇଁ କୋଣସି ଆଗୁଆ ବିପଦ ସଙ୍କେତ ନାହିଁ ତଥାପି ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ଯାହା ପୋଲିସର ଆକ୍ଟିଭିଟ ରହିବା କଥା ଓ ଆଗାମି ଦିନରେ ଜାରି ରହିଛି । ଏନେଇ ସବୁ ଜିଲ୍ଲା ଏସପିମାନଙ୍କୁ ମଧ୍ୟ ଅବଗତି କରାଯାଇଛି ।”
ଅନ୍ୟପଟେ ମାଓ ଗତାବଧି ଓ ମାଓ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଛି । ଏଥିପାଇଁ ଛତିଶଗଡ଼ ଓ ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ଅଧିକ ସୁରକ୍ଷା ପ୍ରହରା ଅଧିକ କରାଯାଇଛି । କୁମ୍ବିଂ ଅପରେସନ ମଧ୍ୟ ଜାରି ରହୁଛି ।ଫୋର୍ସ ମୁଭମେଣ୍ଟ ମଧ୍ୟ ଅଧିକ କରଯାଇଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଦେଶ ବିରୋଧୀ କାର୍ଯକଳାପ ଉପରେ ନଜର ରହିଛି । ସୋର୍ସକୁ ଆକ୍ଟିଭ ସହ ପଡୋଶି ରାଜ୍ୟର ପୋଲିସ ସହ ସୂଚନା ଆଦାନ ପ୍ରଦାନ ଜରିଆରେ ମାଓବାଦୀଙ୍କ ଉପରେ ମଧ୍ୟ ନଜର ରଖାଯାଇଛି ।