
କପିଲ ଶର୍ମାଙ୍କ ପରେ ବିଗ୍ ବସର ୱିନର ଏଲଭିଶ ଯାଦବଙ୍କୁ ଟାର୍ଗେଟ୍ । ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରେ ଗୁଳିମାଡ଼ ହୋଇଛି । ୩ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ବୋଲି ଜଣାପଡିଛି । ଗୁଳିମାଡ଼ ଆଜି ଭୋର୍ ପ୍ରାୟ ୫.୩୦ ରୁ ୬ଟା ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ସୁରକ୍ଷାରେ ଥାଇ ମଧ୍ୟ କିଏ ଏବଂ କିପରି ଗୁଳିମାଡ଼ କରିଛି ତାହାର ତଦନ୍ତ ବର୍ତ୍ତମାନ ପୋଲିସ ଆରମ୍ଭ କରିଛି ।ଏହି ଗୁଳିମାଡ଼ରେ ୩ଜଣ ଦୁର୍ବୃତ୍ତ ସାମିଲ ରହିଥିଲେ । ଯେଉଁମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏପରି ଘଟଣା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହା ସହିତ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ୨୫ ରୁ ୩୦ ରାଉଣ୍ଡ ଏଲଭିଶଙ୍କ ଘର ଉପରେ ଗୁଳିମାଡ଼ ହୋଇଥିଲା । ଦୁର୍ବୃତ୍ତ ମାନେ ଯେଉଁ ଘରକୁ ଗୁଳିମାଡ଼ କରିଥିଲେ ସେହି ଘର ଭିତରେ ଏଲଭିଶ ରୁହୁଥିବା ଜଣାପଡିଛି । କିନ୍ତୁ ଗୁଳିମାଡ଼ ସମୟରେ ଏଲଭିଶ ଘରେ ନଥିଲେ ବୋଲି ମଧ୍ୟ କୌଣସି ଏକ ସୂତ୍ରରୁ ଜଣାପଡିଛି । ଏ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।