
ଖୁବ୍ ଶୀଘ୍ର ଆସିବାକୁ ଯାଉଛି ସଲମାନ ଖାନଙ୍କ ବିଗ୍ ବସ୍ ଶୋ’ । ଯାହାକୁ ନେଇ ଉତ୍ସାହରେ ରହିଛନ୍ତି ଦର୍ଶକ । ଏହି ଶୋରେ ପ୍ରତିଯୋଗୀ ଭାବେ ଜେଉଁମାନେ ସାମିଲ ହେବେ ତାହାକୁ ନେଇ ସନ୍ଦେହ ରହିଥିଲା । ବର୍ତ୍ତମାନ କିନ୍ତୁ ତାହା ସ୍ପଷ୍ଟ ହୋଇଛି । ଏହି ଶୋରେ ଯେଉଁମାନେ ସାମିଲ ହେବାକୁ ଯାଉଛନ୍ତି ସେମାନଙ୍କ ନାଁ’ର ତାଲିକା ସାମ୍ନାକୁ ଆସିଛି ।ଚଳିତ ବର୍ଷ ସଲମାନଙ୍କ ଶୋରେ ମୋଟ୍ ୧୮ ଜଣ ପ୍ରତିଯୋଗୀ ସାମିଲ ରହିବେ । କିନ୍ତୁ ଏପର୍ଯ୍ୟନ୍ତ ୱାଇଲ୍ଡ କାର୍ଡ ଏଣ୍ଟ୍ରି ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ । ସଲମାନ ଖାନଙ୍କ ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେଇପାରୁଥିବା ଅନେକ ନାମ ସାମ୍ନାକୁ ଆସୁଛି । ଏଥିରେ ସବୁଠାରୁ ବଡ଼ ନାମ ଏବେ ସାମ୍ନାକୁ ଆସିଛି। ପୂର୍ବରୁ ବକ୍ସର ମାଇକ୍ ଟାଇସନ୍ ଏହି ଶୋ’ରେ ସାମିଲ ହେବେ ବୋଲି ରିପୋର୍ଟ ଆସିଥିଲା । କିନ୍ତୁ ଏବେ ସୂଚନା ମିଳୁଛି ଯେ, ମହାନ ମଲ୍ଲଯୋଦ୍ଧା ଅଣ୍ଡରଟେକର ମଧ୍ୟ ସଲମାନ ଖାନଙ୍କ ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭାବରେ ଯୋଗ ଦେଇପାରନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏବେ WWE ଜଗତର ରାଜା ଏବଂ ରିଙ୍ଗ୍ର ମାଷ୍ଟର ଅଣ୍ଡରଟେକର ଶୋ’ରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ନିଶ୍ଚିତତା ଅଛି ବୋଲି ବିଶ୍ବାସ କରାଯାଉଛି । ଅଣ୍ଡରଟେକରଙ୍କୁ ଏହି ଶୋ’ରେ ଗୋଟିଏ ସପ୍ତାହ ପାଇଁ ଦେଖିବାକୁ ମିଳିବ । ସେ ଜଣେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ଏହି ଶୋ’ର ସାମିଲ ହୋଇପାରିବେ । ବିଗ୍ ବସ୍ ଏବଂ WWE ର ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶଂସକମାନେ ସଲମାନ ଖାନ ଏବଂ ଅଣ୍ଡରଟେକରଙ୍କୁ ପରଦାରେ ଏକାଠି ଦେଖିବା ପାଇଁ ଆଗ୍ରହୀ ରହିଛନ୍ତି ।
ଏହା ମଧ୍ୟ କୁହାଯାଉଛି ଯେ ଅଣ୍ଡରଟେକର ଏହି ଶୋ’ ପାଇଁ ଏକ ମୋଟା ଫିସ୍ ନେବାକୁ ଯାଉଛନ୍ତି । ବର୍ତ୍ତମାନ ନିର୍ମାତା ତାଙ୍କ ସହିତ ଯୋଗାଯୋଗ କରିବାରେ ବ୍ୟସ୍ତ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ଉପରେ କିଛି ନିଶ୍ଚିତତା ଆସିପାରେ ।ଅନ୍ୟପଟେ ଏହା କୁହାଯାଉଛି ଯେ, ଯଦି ଅଣ୍ଡରଟେକର ଏହି ଶୋ’ରେ ସାମିଲ ହୁଅନ୍ତି ତେବେ ସେ ବିଗ୍ ବସ୍ର ଦୁଇ ଦଶକର ଇତିହାସରେ ସର୍ବାଧିକ ଦରମା ପାଉଥିବା ଅଭିନେତା ହୋଇଯିବେ । ପୂର୍ବରୁ, ଯେତେବେଳେ ଦି ଗ୍ରେଟ୍ ଖଲି ଶୋ’ରେ ଆସୁଥିଲେ, ସେ ପ୍ରତି ସପ୍ତାହରେ ୫୦ ଲକ୍ଷ ଟଙ୍କା ପାଉଥିଲେ ।