ରାଜଧାନୀ ରାଜରାସ୍ତାରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, କଟିଲା ୧୦ ହଜାର ଟଙ୍କାର ଚାଲାଣ

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା । ଗାଡି ମାଲିକ ସତ୍ୟଭାମା ସାହୁଙ୍କ ନାଁରେ 10,000 ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ । Rto -1ପକ୍ଷରୁ ଗାଡି ମାଲିକ ସତ୍ୟଭାମା ସାହୁ ନାଁରେ କଟିଲା ଚାଲାଣ । ପଳାଶୁଣୀ ଓଭର ବ୍ରିଜ ଉପରେ ବେପରୁଆ ଭାବରେ ଗାଡି ଚଳାଉ ଥିବା ଦୃଶ୍ୟର ଭିଡିଓ ଭାଇରଲ ହୋଇଥିଲା । ଦୁଇଜଣ ଯୁବକ କାର ବାହାରକୁ ଠିଆ ହୋଇ ପୋଜ ଦେଇଥିବା ବେଳେ ଦ୍ରୁତ ଗତିରେ ଚାଲୁଥିଲା କାର । ଏମିତି ଦୃଶ୍ୟ ଭାଇରାଲ ହେବା RTO ପକ୍ଷରୁ ଚାଲାଣ କଟିଥିଲା ।