ଯାଜପୁରରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଆଇନ ସଚେତନତା ସଭା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଦଶରଥପୁର ବ୍ଲକ୍ ଚମ୍ପେଇପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଆଁରପୁର ପାଠାଗାର ପରିସରରେ ଏଆଇ ବା କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତା କରିବା ସହିତ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।ଅତିଥି ଆଲୋଚକ ଭାବେ ଦଶରଥପୁର ତହସିଲ୍ ର ଅତିରିକ୍ତ ତହସିଲଦାର୍ ବାବୁରାମ ମୁର୍ମୁ ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଯୋଗଦେ‌ଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିପରି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେର୍ଲିଜେନ୍ସ ର ବ୍ୟବହାର ଓ ସହାୟତାରେ ସୁଭାଷ ବିଧିକ ସ୍ପଟୟୋୟାର ମଧ୍ୟଵର୍ତ୍ତିତା ଦ୍ବାରା ବିଚାରାଳୟ ବ୍ୟାପକ କାର୍ଯ୍ୟକୁ ସହଜ ସୁଗମ ଓ ତ୍ବରାନ୍ଵିତ କରାଇବା ସହ ଷୋଳ ଗୋଟି ଆଞ୍ଚଳିକ ମାତୃଭାଷା ରେ କୋର୍ଟ କଚେରୀ ର ବିବିଧ କାଗଜ ପତ୍ର ଓ ରାୟ କୁ ଇଂରେଜୀ ଭାଷାରୁ ଅନ୍ୟଭାଷାକୁ ଅନୁବାଦ କରାଇବାର ସୁଯୋଗ ସୃଷ୍ଟି କରିବା ସହ ଆଇନ ସେବା କ୍ଷେତ୍ର ରେ ଏ ଆଇ ବ୍ୟବହାର ଦ୍ବାରା ଜନସାଧାରଣ କିପ୍ରକାର ର ଲାଭ ପାଉଛନ୍ତି ଓ ପାଇବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ବ୍ୟତିତ କୋର୍ଟ କଚେରୀ ରେ କାମ କରୁଥିବା ମଧ୍ୟସ୍ଥତା କେନ୍ଦ୍ର ଓ ବିକଳ୍ପ ନ୍ୟାୟ ବ୍ୟବସ୍ଥା ସଂକ୍ରାନ୍ତରେ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ।
ସ୍ଥାନୀୟ ସରପଞ୍ଚ ହିମାଂଶୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପିଏଲଭି ରାହାସ ଵିହାରୀ ନାୟକ, ପ୍ରାଧିକରଣ କର୍ମଚାରୀ ଏବଂ ପାଠାଗାରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।