
ବ୍ରହ୍ମପୁର: ‘ବାପା.. ବୋଉ.. ତୁମେ ଆଉ କେତେ ପରିଶ୍ରମ କରି ମୋତେ ପାଠ ପଢାଇବ । ମୁଁ ନିଜେ ରୋଜଗାର କରି ତୁମମାନଙ୍କୁ ସାହଯ୍ୟ କରିବି ।’ ଏପଟେ ପରିବାରର ଆର୍ଥିକ ବୋଝ, ସେପଟେ ମନରେ ପାଠ ପଢ଼ିବାର ଇଚ୍ଛା । ଆଗକୁ ପାଠ ପଢା ଜାରି ରଖିବେ କି ନାହିଁ.. ତାହାକୁ ନେଇ ନିଜେ ନିଷ୍ପତ୍ତି ନେଇପାରୁନଥିଲେ । +2 ପରୀକ୍ଷା ଶେଷ ପରେ NEET ପରୀକ୍ଷା ଦେଇଥିଲେ । ଘରର ପରିସ୍ଥିତିକୁ ଦେଖି ଆଉ ରହିପାରିଲେ ନାହିଁ । କିଛି ରୋଜଗାର କରି ବାପା ମାଆଙ୍କୁ ସାହାଯ୍ୟ କରିବା ଆଶାରେ ଶ୍ରମିକ ଭାବରେ କାମ କରିବାକୁ ବେଙ୍ଗାଲୁରୁ ଚାଲିଯାଇଥିଲେ ।

ବେଙ୍ଗାଲୁରୁରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ । ଆଉ ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିଲେ । ଦିନେ କାମରେ ବ୍ୟସ୍ତ ଥିବା ବେଳେ ଫୋନ୍ ବାଜି ଉଠିଥିଲା । ଫୋନ ରିସିଭ୍ କରିବା ସମୟରେ ଖବର ମିଳିଥିଲା NEET ପରୀକ୍ଷାରେ ସଫଳତା ମିଳିଛି । କୁହାଗଲା ଯେ, ଶ୍ରମିକ ଭାବରେ କାର୍ଯ୍ୟ ନକରି ଫେରି ଆସିବାକୁ । ଏବେ ସେ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ପାଇଁ ମନୋନିତ ହୋଇଛନ୍ତି । ଏଭଳି ସଙ୍ଘର୍ଷମୟ କାହାଣୀ ହେଉଛି ଖୋର୍ଦ୍ଧା ଜିଲ୍ଲାର ଜଣେ ମେଧାବୀ ବିଦ୍ୟାର୍ଥୀ ଶୁଭମ୍ ଶବରଙ୍କର ।
ଏଭଳି ରହିଥିଲା ଶୁଭମର ସଂଙ୍ଘର୍ଷମୟ କାହାଣୀଖୋର୍ଦ୍ଧା ଜିଲ୍ଲାର ମୁଦୁଲିଢିହ ଗ୍ରାମର ବାପା ସହଦେବ ଶବର ଏବଂ ମାଆ ରଙ୍ଗି ଶବରଙ୍କ ଏକ ମାତ୍ର ପୁଅ ଶୁଭମ୍ ଶବର । ଶୁଭମ୍ଙ୍କ ବାପା ଜଣେ ଚାଷୀ । ମାଆ ରଙ୍ଗି ଘର କାମ କରିବା ସହ ଚାଷ କାର୍ଯ୍ୟରେ ମଧ୍ୟ ବାପାଙ୍କୁ ସାହଯ୍ୟ କରନ୍ତି । ଚାଷ କାମରୁ ହିଁ ପରିବାର ପ୍ରତିପୋଷଣ କରିଥାନ୍ତି । ପରିବାରର ସ୍ପଳ୍ପ ରୋଜଗାରରେ ମୁଦୁଲିଢିହ ଗାଁ ନିକଟବର୍ତ୍ତୀ ନିଳାଦ୍ରୀପ୍ରସାଦରେ ସ୍କୁଲ ଶିକ୍ଷା ଶେଷ କରିଥିଲେ ଶୁଭମ୍ । ପରେ ଶୁଭମ୍ ଭୁବନେଶ୍ୱର ବିଜେପି କଲେଜରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ । ହେଲେ ପୁଅର ପାଠପଢା ପାଇଁ ଆବଶ୍ୟକତା ରହିଥିବା ଅର୍ଥ ଖର୍ଚ୍ଚ କରିବାରେ ପରିବାର ବର୍ଗ ସକ୍ଷମ ନଥିଲେ । ତଥାପି ବହୁ କଷ୍ଟରେ ମେଧାବୀ ଶୁଭମ୍ +2 ଶିକ୍ଷା ଶେଷ କରିଥିଲେ ।ଏହାରି ମଧ୍ୟରେ ଦିନେ ବ୍ରହ୍ମପୁରର ଶିକ୍ଷକ ବାସୁଦେବ ମହାରଣାଙ୍କ ସହିତ ଶୁଭମ୍ଙ୍କ ସାକ୍ଷାତ ହୋଇଥିଲା । ଶିକ୍ଷକ ବାସୁଦେବ NEET ପ୍ରବେଶିକା ପରୀକ୍ଷା ଦେବା ପାଇଁ ଶୁଭମଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏଥିପାଇଁ ପରିବାର ଲୋକ ଟଙ୍କା ଖର୍ଚ୍ଚ ଦେଇପାରିବେ କି ନାହିଁ ତାହାକୁ ନେଇ ଶୁଭମ ଦ୍ୱନ୍ଦରେ ରହିଥିଲେ । ଶେଷରେ ବାସୁଦେବ ସାର୍ଙ୍କ ପରାମର୍ଶ କ୍ରମେ NEET ପରୀକ୍ଷା ଦେଇ ନିଜ ଗାଁକୁ ଫେରିଥିଲେ । ଏପଟେ ଘରର ଆର୍ଥିକ ଅଭାବ ସେପଟେ ମନରେ ପାଠପଢିବାର ଆଗ୍ରହ । ସବୁ କଥାକୁ ମନରେ ରଖି ଘର ଛାଡିଥିଲେ ଶୁଭମ୍ । ଆଉ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ବେଙ୍ଗାଲୁରୁ ଅଭିମୁଖେ ବାହାରି ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବା ସହ ମାସକୁ ୧୫ ହଜାର ଟଙ୍କା ରୋଜଗାର କରୁଥିଲେ ।
ଶ୍ରମିକ ଭାବରେ କାମ କରୁଥିଲି’:ଶୁଭମ ଶବର କହିଛନ୍ତି, “ବାଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲି । ଏଥିପାଇଁ ମାସିକ ମୋତେ ୧୫ ହଜାର ଟଙ୍କା ଦରମା ମିଳୁଥିଲା । ଦୀର୍ଘ ଦେଢ ମାସ ଧରି ଏଭଳି କାର୍ଯ୍ୟ କରିଥିଲି । ଦିନେ ଗୋଟିଏ ଫୋନ୍ କଲ୍ ଆସିଥିଲା, ଆୁପ ମୋତେ କୁହାଯାଇଥିଲା ‘ମିଠା ଦିଅ’ । ଫୋନରେ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡିଥିଲି । କେଉଁ କାରଣ ପାଇଁ ମିଠା ଦେବି ବୋଲି ପ୍ରଶ୍ନ କରିଥିଲି । ଏହି ସମୟରେ କୁହାଯାଇଥିଲା ଯେ, NEET ପରୀକ୍ଷା ଫଳ ପ୍ରକାଶ ପାଇଛି । ତୁମେ ସେଥିରେ ଭଲ ରାଙ୍କ ରଖି ସଫଳତା ପାଇଛ । ଏଭଳି ଖବର ଶୁଣି ମୁଁ ବହୁତ ଖୁସି ହୋଇଯାଇଥିଲି ।
କାମ କରୁଥିବା ସ୍ଥାନରେ ସେହି ଦିନ ବେଶ ଖୁସିରେ କାର୍ଯ୍ୟ କରି ତୁରନ୍ତ କିପରି ନିଜ ଘରକୁ ଫେରିବି ତା ପାଇଁ ଯୋଜନା କରିଥିଲି । NEET ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ନାମ ଲେଖାଇବାକୁ ଚୟନ ହୋଇଛି ।” ଶୁଭମ୍ ଶବରଙ୍କ ଏପରି ସଂଙ୍ଘର୍ଷମୟ କଥା କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କିଛି କମ୍ ନୁହେଁ କହିଲେ ଅତ୍ୟୁକ୍ତି ହେବନାହିଁ ।ଡାକ୍ତରୀ ଶିକ୍ଷା ବିଷୟରେ କିଛି ଜାଣିନଥିଲେ:ସବୁ ବାପା ମାଆ ଚାହାନ୍ତି ଓ ପିଲାମାନେ ଆଶା ରଖିଥାନ୍ତି ବଡ ହୋଇ ଭଲ ପାଠ ପଢି ଡାକ୍ତର ହେବେ । ହେଲେ ଏଭଳି NEET ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ଶିକ୍ଷା ରହିଥିଲା ବୋଲି ଶୁଭମ୍ ଜାଣିନଥିଲେ । ହେଲେ ଯେତେବେଳେ ଏହା ଶୁଣିଥିଲେ, ମନେରେ ଇଚ୍ଛା ହୋଇଥିଲା ଯେ, NEET ପାଇଁ ପ୍ରସ୍ତୁତ ହେବେ । ପରେ କିଛି ଦିନର ପରିଶ୍ରମ କରି ପରୀକ୍ଷା ଦେଇଥିଲେ ବୋଲି କହିଛନ୍ତି ଶୁଭମ୍ । ଆଉ ଏହି ପରୀକ୍ଷା ଦେବା ପରେ କିଛି ରୋଜଗାର କରି ନିଜ ଘରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଆଶାରେ ବେଙ୍ଗାଲୁରୁ ଚାଲିଯାଇଥିଲେ ।
ଖବର ମିଳିଲା NEETରେ ମିଳିଛି ସଫଳତାବାଙ୍ଗୋଲରରେ ଏକ ଘରୋଇ କମ୍ପାନୀରେ ସେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ । ଏହାଭିତରେ ତାଙ୍କ ପାଖକୁ ଏକ ଫୋନ କଲ ଯାଇଥିଲା । ତାଙ୍କୁ କୁହାଯାଇଥିଲା ଯେ, NEET ପରୀକ୍ଷାରେ ସେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଏ କଥା ଶୁଣିବା ପରେ ଖୁସିରେ ଆତ୍ମହରା ହୋଇପଡିଥିଲେ ଶୁଭମ୍ । ଏହି ଖୁସିର ଖବର ମିଳିବା ପରେ ସେ ଦିନ କାର୍ଯ୍ୟ କରି ଫେରିଥିଲେ । ମୁଖ୍ୟତଃ ଅର୍ଥିକ ଅବସ୍ଥା ବହୁତ ଖରାପ ରହିଥିବା କାରଣରୁ ଏପରି ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯିବାକୁ ବାଧ୍ୟ ହୋଇଥିଲି ବୋଲି କହିଛନ୍ତି ମେଧାବୀ ବିଦ୍ୟାର୍ଥୀ । ଆଦିବାସୀ ପରିବାର ଭାବରେ ଘରେ ଯେନତେନ ପ୍ରକାରରେ ଚଳିଆସୁଥିବା କୁହନ୍ତି ଶୁଭମ୍ ।ଭାବିଥିଲେ ପୋଲିସ ହେବେ:ଛୋଟ ଥିବା ବେଳେ ଶୁଭମ୍ ଭାବଥିଲେ ଯେ, ସ୍କୁଲ ଶିକ୍ଷା ଶେଷ ପରେ କଳାରେ ନାମ ଲେଖାଇବେ ଏବଂ ଶିକ୍ଷା ସମାପ୍ତ ପରେ ପୋଲିସ ଚାକିରି କରିବେ । କିନ୍ତୁ ଏବେ ସେ NEET ପରୀକ୍ଷାରେ ଉତ୍ତିନ୍ନ ହେବା ସହ ଆଗକୁ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ଲକ୍ଷ୍ୟ ରଖିଛନ୍ତି ଭଲ ଚିକିତ୍ସକ ହେବେ:ନିଟ୍ ପରିକ୍ଷାରେ ଶୁଭମ୍ ରେଙ୍କ-୪୦୦୦ ରହିଥିବା ବେଳେ କାଉନସିଲିଂରେ ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବା ପାଇଁ ମନୋନିତ ହୋଇଛନ୍ତି । ଅଗଷ୍ଟ 25 ତାରିଖରେ ତାଙ୍କର ଆଡମିଶନ ରହିଛି ।ବେଳେ ଏଭଳି ସଫଳତାକୁ ନେଇ ସେ ବେଶ ଖୁସି ବୋଲି କହିବା ସହିତ ଭବିଷ୍ୟତରେ ଭଲ ଚିକିତ୍ସକ ହେବେ ବୋଲି କହିଛନ୍ତି ଶୁଭମ୍ ।