ଆସନ୍ତା କାଲି ମିଳିବ ସିଏମ କିଷାନ ଟଙ୍କା, ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା

ଭୁବନେଶ୍ୱର : ଆସନ୍ତା କାଲି ମିଳିବ ସିଏମ କିଷାନ ଟଙ୍କା । ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା । ୨ ୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ । ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ । ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି ।ସୂଚନାଯୋଗ୍ୟ, ଗତବର୍ଷ ‘ନୂଆଁଖାଇ’ ଅବସରରେ ରାଜ୍ୟ ସରକାର ସିଏମ୍‌-କିଷାନ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଥିଲେ । ଆଜି ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।