ମୟୂରଭଞ୍ଜ: ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମୟୂରଭଞ୍ଜ (ଶ୍ଯାମଳେନ୍ଦୁ ପରିଡା): ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ତାଳଗାଁ ପଞ୍ଚାୟତ ନିକଟସ୍ଥ ଦୁମାଡିହି ଠାରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଖପାଖ ଗାଁ ରୁ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ l ଏଥିରେ ବିଜୟୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ରଖାଯାଇଥିଲା l ଫାଇନାଲ ଖେଳ ମାଟିଆଳି ସହ ଇଣ୍ଡିଆ ମେ ବହୁତ ହଲଚଲ ହେ ପାକିସ୍ଥାନ ଚଲାଯାଏଗା ବହୁତ ରୋମାଞ୍ଚକର ହୋଇଥିଲା l ପରିଶେଷରେ ମାଟିଆଳି ଚାମ୍ପିୟାନ ହୋଇଥିଲା ବେଳେ ଇଣ୍ଡିଆ ମେ ବହୁତ ହଲଚଲ ହେ ପାକିସ୍ଥାନ ଚଲାଯାଏଗା ରର୍ନସଅଫ ହୋଇ ଦ୍ବିତୀୟ ପୁରସ୍କାର ପାଇଥିଲା l ଏଥିସହିତ ଭଞ୍ଜସଲା ତୁତୀୟ ପୁରସ୍କାର ପାଇଥିଲା ବେଳେ ଖଡିଆଡୁଙ୍ଗରି ଚତୁର୍ଥ ପୁରସ୍କାର ପାଇଥିଲେ l ପୁରସ୍କାର ବିତରଣୀ ପର୍ବରେ ସମ୍ମାନିତ ଅତିଥି ରୂପେ ଦୁମାଡିହି ଗାଁ ୱାର୍ଡମେମ୍ବର ବିରଞ୍ଚି ସର୍ଦ୍ଦାର ଯୋଗ ଦେଇଥିବାବେଳେ ଗାନ୍ଧିଜୀ ଯୁବକ ସଂଘ ର ସଭାପତି ରାଜ କିଶୋର ମୁଣ୍ଡାରୀ, ସମ୍ପାଦକ ସୁନୀଲ ସର୍ଦ୍ଦାର, ଉପସଭାପତି ସାଙ୍ଖ ମାଝୀ, ସହସମ୍ପାଦକ ପ୍ରାଣବନ୍ଧୁ ସିଂ ତଥା କାର୍ଯ୍ଯକାରୀ ସଦସ୍ଯଗଣ ପରିଚାଳନା କରିଥିଲେ l ଏଥିରେ ଛୋଟ୍ ମୁଣ୍ଡାରୀ, କଳିଧାନ ମୁଣ୍ଡାରୀ, ଗୁନ୍ଦି ସର୍ଦ୍ଦାର, ଚନ୍ଦ୍ରମୋହନ ସିଂ, ସିଜର ସିଂ, ସୁରୁ ସର୍ଦ୍ଦାର ଓ ରାଜୁ ବେହେରା ପ୍ରମୁଖ ସହଯୋଗ କରିଥିଲେ l