ଗଞ୍ଜାମ: ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର : ବିଦ୍ୟୁତ ସେବା ପ୍ରଭାବିତ

ଭଞ୍ଜନଗର ୦୨/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଲୁଆପଲ୍ଲୀ ନିକଟରେ ମଙ୍ଗଳବାର ସକାଳେ ଏକ କାର ଗାଡ଼ି ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେସନରୁ ଭଞ୍ଜନଗର ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି। ଏହାର ପ୍ରଭାବରେ ସକାଳ ୯ ଟାରୁ ଭଞ୍ଜନଗର ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ଲୋକେ ବିଦ୍ୟୁତ ସେବା ପାଇ ନ ପାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। କାର ଗାଡିଟି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଗାଡ଼ିର ଚାଳକ ଏବଂ ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି।