
ଭୁବନେଶ୍ୱର : ଭୁଶୁଡ଼ି ପଡ଼ିଲା ପଠାଣି ସାମନ୍ତ ପ୍ଲାନେଟୋରୀୟମର ଆଗ ପାର୍ଶ୍ଵ କାନ୍ଥ । ଆଜି ଅପରାହ୍ନ ପ୍ରାୟ ୩.୩୦ ବେଳେ ଘଟିଛି ଏଭଳି ଅଘଟଣ । କାନ୍ଥ ଭୁଶୁଡ଼ିବା ଯୋଗୁ ଛାରଖାର ହୋଇଛି ଆଚାର୍ଯ୍ୟ ବିହାର ଛକ ଆମ ବସ ଷ୍ଟପ । ଅଳ୍ପକେ ବର୍ତ୍ତିଯାଇଛନ୍ତି ୪ ଯାତ୍ରୀ । ଆଜି ପ୍ଲାନେଟରୀୟମକୁ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ଆସିଥିବା ଯାତ୍ରୀଙ୍କ ଗାଡ଼ି ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପୂର୍ବରୁ କାନ୍ଥଟି ଏକ ପର୍ଶ୍ୱକୁ ନଇଁକରି ଥିଲା । ପ୍ରବଳ ବର୍ଷା ପ୍ରଭାବରେ ଦୁର୍ବଳ ହୋଇ ଆଜି ଭୁଶୁଡ଼ି ପଡ଼ିଛି ବୋଲି କୁହାଯାଉଛି ।