
ସୋରଡ଼ା ୦୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କାଳୀ ମନ୍ଦିର ଠାରେ ନିର୍ବାଚନ ମଣ୍ଡଳୀର ସମସ୍ତ କଂଗେସ କର୍ମକର୍ତ୍ତା ଙ୍କୁ ନେଇ ଆଜି ସୃଜନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଅଲ ଇଣ୍ଡିଆ କଂଗ୍ରେସ କମିଟି ସଭ୍ୟ ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ସଚିନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସୋରଡ଼ା କଂଗ୍ରେସ ପୂର୍ବତନ ବିଧାୟକ ପାର୍ଥି ହରିକୃଷ୍ଣ ରଥ , ଜିଲ୍ଲା ସଂଯୋଜକ ଦେବକାନ୍ତ ଶର୍ମା ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଲା ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକଙ୍କ ସ୍ୱର ପହଞ୍ଚିବ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କଂଗ୍ରେସ ର ସଭାପତି ପ୍ରାର୍ଥୀ ଚୟନ କରାଯିବ । ଏହା ସହ ଆଜିର କାର୍ଯ୍ୟକ୍ରମର ଦଳର ସାଙ୍ଗଠନିକ ସୁଦୃଢ଼ କିପରି ହେବ ଏହା ଉପରେ ବହୁ ଆଲୋଚନା ହୋଇଥିଲା ।