
ବାଲିଗୁଡ଼ା : ବାଲିଗୁଡ଼ା ପୋଲିସ କବଜାରେ ବନ୍ଧୁକ ବେପାରୀ। ବେଆଇନ ବନ୍ଧୁକ ପ୍ରସ୍ତୁତି ଓ ଅପରାଧୀଙ୍କୁ ବିକ୍ରି କରିବା ଅଭିଯୋଗରେ ୨ବନ୍ଧୁକ ବେପାରୀ ଗିରଫ। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ତିଲୋରୀ ଅଞ୍ଚଳରେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ଚଢ଼ାଉ କରିଥିଲା।ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଦୁଇ ଅଭିଯୁକ୍ତ ଠାରୁ ୫ଟି ଦେଶୀ ବନ୍ଧୁକ, ୪ଟି କାଠ ବଟ ଷ୍ଟୋକ ସହ ୧୨୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଟାକିମାହା ଗାଁ ର ବଳିଆ ପ୍ରଧାନ ଓ ଗ୍ଲୁଡା ଗାଁର ସୁଜନ ବିନ୍ଧାଣି। ଦୁଇ ଅଭିଯୁକ୍ତ ଦୀର୍ଘ ଦିନ ହେବ ବେଆଇନ ବନ୍ଧୁକ ତିଆରି କରିବା ସହ ବିଭିନ୍ନ ଅପରାଧୀ, ଡକାୟତ ଓ ଗଞ୍ଜେଇ ମାଫିଆଙ୍କୁ ବିକ୍ରି କରୁଥିବା ନେଇ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।