
ବ୍ରହ୍ମପୁର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ । କାର୍ଯ୍ୟକ୍ରମର ଚୂଡାନ୍ତ ସୂଚୀ ନିର୍ଦ୍ଧାରିତ ହୋଇନାହିଁ । ରାଜ୍ୟରେ ବିଜେପି ସରକାର ଗଛନ ହେବା ପରଠାରୁ ଏହା ମୋଦିଙ୍କ ସପ୍ତମ ଓଡ଼ିଶା ଗସ୍ତ ହେବ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସୂଚନା ।ବିଜେପି ରାଜ୍ଯ ପ୍ରଭାରୀ ବିଜୟ ପାଲ ସିଂ ତୋମର କହିଛନ୍ତି, “ଆସନ୍ତା 27 ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଖୁବଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ । ମୋଦି ଜିଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ୱପୁର୍ଣ | ପ୍ରଧାନମନ୍ତ୍ରୀ ଯେତେବେଳେ ଓଡି଼ଶା ଗସ୍ତରେ ଆସୁଛନ୍ତି କିଛି ନା କିଛି ଦେଇକି ଯାଇଥାନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡି଼ଶା | ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡି଼ଶାକୁ ଏକ ବର୍ଷରେ ବାରମ୍ବାର ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସବୁବେଳେ ଯୁବ ବର୍ଗ l ଏହା ତାଙ୍କର ପ୍ରାଥମିକତା ।
ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ” ଆସନ୍ତା 27 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହିପରି ଏକ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠରେ ଆୟୋଜିତ ହେବାକୁ ଥିବା ସେବା ପକ୍ଷ କାର୍ଯ୍ୟକ୍ରମରେ ଜନ ସମାବେଶରେ ଯୋଗ ଦେବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିବା ପରେ କେଉଁ ସ୍ଥାନରେ ସମାବେଶ ହେବ ସେ ନେଇ ଦୁଇଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଖୁବ୍ ଶ୍ରୀଘ୍ର ସେଥିରୁ ଗୋଟିଏ ସ୍ଥାନ ଚୟନ କରାଯିବ। ସମାବେଶରେ ପ୍ରାୟ ତିନି ଲକ୍ଷ ବ୍ୟକ୍ତିବିଶେଷଙ୍କ ସମାଗମ ହେବାକୁ ଯୋଜନା କରାଯାଇଛି । ସେବା ପକ୍ଷ ଆରମ୍ଭ ସହ ବିଭିନ୍ନ ପ୍ରକଳ୍ପର ସେ ଶୁଭାରମ୍ଭ କରିବେ । ତାଙ୍କ ଗସ୍ତ ନିହାତି ଭାବେ ରାଜ୍ୟ ପାଇଁ କିଛି ଭଲ କରିବ ।”ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,” ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବା ପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବହନ ମନ୍ତ୍ରୀ ଏ ନେଇ ତଦାରଖ କରୁଛନ୍ତି । ମୁଁ ମଧ୍ୟ ନିଜେ ଯାଇ କାର୍ଯ୍ୟକ୍ରମର ସମୀକ୍ଷା କରିବି । ଏହା ବାଦ ଦ୍ୱିତୀୟ କାର୍ଯକ୍ରମ ପାଇଁ ଅନୁରୋଧ କରାଯାଇଛି । କିନ୍ତୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇ ନାହିଁ । “ଶେଷ ଥର ପାଇଁ ଗତ ଜୁନ୍ 20 ତାରିଖରେ ରାଜ୍ୟ ସରକାରଙ୍କ 1ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ୍ ସୋ’ କରିବା ସହ ଜନତା ମଇଦାନରେ ଆୟୋଜିତ ସମାବେଶରେ ସାମିଲ ହୋଇ 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଆସନ୍ତା 27ରେ ବର୍ଷକ ମଧ୍ୟରେ ଷଷ୍ଠ ଥର ପାଇଁ ଓଡ଼ିଶା ଆସିବେ ।