ହୋମଗାର୍ଡ ଇଣ୍ଟରଭ୍ୟୁ ନେଲା ଜୀବନ; ଯୁବକ ଆଶାୟୀ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ସ୍ଥଗିତ ରହିଲା ଇଣ୍ଟରଭ୍ୟୁ

ଛତ୍ରପୁର : ୧୬/୦୯( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ପୋଲିସ ଜିଲ୍ଲାର ଛତ୍ରପୁର ପୋଲିସ୍ ପଡିଆ ରେ ରବିବାର ହୋମଗାର୍ଡ ଇଣ୍ଟରଭ୍ୟୁ ଥିବା ବେଳେ ଏକ ଦୁଃଖଦ ଘଟଣା ଘଟିଛି ।ଇଣ୍ଟରଭ୍ୟୁ ପ୍ରକ୍ରିୟାର ଅଂଶ ଭାବେ ଦୌଡ ପରୀକ୍ଷା ଚାଲୁଥିଲା । ଦୌଡ ବେଳେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଅଞ୍ଚଳର ଶିବରାମ ପ୍ରଧାନ ଅସୁସ୍ଥ ହୋଇ ପଡିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲକୁ ନେଇଯାଇଥିଲା, ପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା । କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପରେ ଅପରାହ୍ନରେ ଚାଲୁଥିବା ଇଣ୍ଟରଭ୍ୟୁକୁ ଗଞ୍ଜାମ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିଲା ।
ଆସିଥିବା ଅନ୍ୟାନ୍ୟ ପରୀକ୍ଷାର୍ଥୀମାନେ ନିଜ ଘରକୁ ଫେରିଯାଇଥିଲେ । ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପରେ ଇଣ୍ଟରଭ୍ୟୁ ପୁଣିଥରେ ଆରମ୍ଭ ହେବ ବୋଲି ଗଂଜାମ ପୁଲିସ ପକ୍ଷରୁ ସୂଚନା ମିଳିଛି ।