ବାରଣାସୀ-ଅଯୋଧ୍ୟା ବୁଲିବେ ବରିଷ୍ଠ ନାଗରିକ, ବ୍ରହ୍ମପୁରରୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ । ବ୍ରହ୍ମପୁର ରେଳଷ୍ଟେସନର ଚତୁର୍ଥ ପ୍ଳାର୍ଟଫର୍ମରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ବାହାରିଥିବା ଏହି ସ୍ବତନ୍ତ୍ର ଟ୍ରେନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଏଭଳି ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ:ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ଟି ବ୍ରହ୍ମପୁର ଠାରୁ ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ(Department of Tourism, Odisha)ର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୋଟ ୭୭୫ ଜଣ ତୀର୍ଥଯାତ୍ରୀଙ୍କ ସହ ୨୫ ଜଣ ଏସ୍କର୍ଟ୍‌ ଅଧିକାରୀ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପୂରଣ କରୁଥିବା, ଏହି ଯୋଜନା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ IRCTC ସହଭାଗିତାରେ କାର୍ଯ୍ୟକାରୀ ହେଉଛି ।

ଦକ୍ଷିଣ ଓଡ଼ିଶାର ତୀର୍ଥଯାତ୍ରୀଙ୍କୁ ନେଇ ବାହାରିଲା ଟ୍ରେନ:ଦକ୍ଷିଣ ଓଡ଼ିଶାର ତୀର୍ଥଯାତ୍ରୀଙ୍କୁ ନେଇ ବାହାରିଲା ଏହି ସ୍ବତନ୍ତ୍ର ଟ୍ରେନ । ଏହି ଯୋଜନା ମଧ୍ୟମରେ ମୁଖ୍ୟତଃ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ଭବ୍ୟ ସୁଯୋଗ ପ୍ରଦାନ କରାଯାଇଛି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ପାଞ୍ଚଟି ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କ‌ର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି

ଗଞ୍ଜାମ- ୪୩୮ ଜଣଗଜପତି- ୭୨ ଜଣନୟାଗଡ଼- ୧୧୯ ଜଣକନ୍ଧମାଳ- ୯୧ ଜଣବୌଦ୍ଧ- ୫୫ ଜଣସର୍ବମୋଟ ୭୭୫ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ବ୍ରହ୍ମପୁରରେ ରେଳଷ୍ଟେସନ ନିକଟସ୍ଥ ଗୁରୁକୁଳ ଶିକ୍ଷାନୁଷ୍ଠାନରେ ଯାତ୍ରୀଙ୍କୁ ସ୍ବାଗତ କରି ସେମାନଙ୍କର ରହଣି, ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ବ୍ୟବସ୍ଥା, ଭୋଜନ, ସନ୍ଧ୍ୟା ଜଳଖିଆ ଇତ୍ୟାଦି ସମସ୍ତ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି ।