ସୋରଡା ଘାଇ ତଳମୁଣ୍ଡଳି ଡ୍ରାପ ରେ ବୁଡି ଦିବ୍ୟାଙ୍ଗ ମୃତ

ସୋରଡ଼ା ୨୦/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ କେଶରୀପାଟଣା ରେ ଥିବା ଘାଇ ତଳମୁଣ୍ଡଳି ଡ୍ରାପ ରେ ଗାଧେଇବାକୁ ଯାଇ ଦିବ୍ୟାଙ୍ଗ ଙ୍କ ମୃତୁ ଘଟିଛି । ମୃତକ ଦିବ୍ୟାଙ୍ଗ ଜଣକ ଶ୍ୟାମ ବେହେରା ଙ୍କ ପୁଅ ଜୟନ୍ତ ବେହେରା ବୟସ ୩୮ ବର୍ଷ । ସୂଚନା ମୁତାବକ ଟ୍ରାଇ ସାଇକେଲ ଯୋଗେ ଗାଧେଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପାଣି ଭିତରକୁ ଖସିପଡ଼ିଥିଲେ।ତେବେ କିଛି ସ୍ଥାନୀୟ ଲୋକ ଦେଖି ପାଣି ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।