ଜିଏସଟି କୁ ନେଇ ଭଂଜନଗର ବିଜେପି ର ସାମ୍ବାଦିକ ସମ୍ମିଳନୀ

ଭଂଜନଗର– ୨୧/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜିଏସଟି କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ, ସାଧାରଣ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଭଂଜନଗର ବିଜେପି ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ, ବିଜେପି ସାଙ୍ଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଏସଟି କୁ ନେଇ କେନ୍ଦ୍ର ସରକାର ନେଇଥିବା ଏଭଳି ନିଷ୍ପତ୍ତି ଦ୍ବାରା ଉଭୟ ଜନସାଧାରଣ ଏବଂ ଦେଶର ଅର୍ଥନୈତିକ ପ୍ରଗତି ସମ୍ଭବ ହୋଇ ପାରିବ ବୋଲି, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ପାତ୍ର ଏବଂ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମତ ରଖିଥିଲେ । ଆୟୋଜିତ ସମ୍ମିଳନୀରେ ବିଜେପି ଦଳର ସନ୍ତୋଷ ତିଆଡି, ସନ୍ତୋଷ କୁମାର ପାଳ, ଧୋବା ଗୌଡ଼, ରବିନ୍ଦ୍ର କୁମାର ଗୌଡ, ଏବଂ ବରିଷ୍ଠ କର୍ମକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ।