ଭଞ୍ଜନଗରେ ପୋକ୍ସ ଆଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର ୨୧/୦୯ (ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଅତିରିକ୍ତ ଜିଲ୍ଲାଦୌରା ଜଜ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟ ଙ୍କ ଅଧ୍ୟକ୍ଷତାରେ ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଭଞ୍ଜନଗରରେ ଆଇନ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ୟକ୍ରମର ପ୍ରଧାନ ବିଷୟ ଥିଲା “ପୋକ୍ସ ଆଇନ ଏବଂ ଏହାର ଅଧୀନରେ ନିର୍ଦ୍ଧାରିତ ପୀଡ଼ିତା କ୍ଷତିପୂରଣ, ସହିତ ନାଲସା ଆଇନ ୨୦୧୮ ରେ ପ୍ରଚଳିତ ଯୌନ ଅପମାନ/ଅନ୍ୟାନ୍ୟ ଅପରାଧରେ ପୀଡ଼ିତା/ବଞ୍ଚିଥିବା ମହିଳାଙ୍କ ପାଇଁ କ୍ଷତିପୂରଣ ଯୋଜନା” ।
ଏହି ସୁବସରରେ ଦେବାଶିଷ ବିସୋଇ, ସିନିୟର ସିଭିଲ୍ ଜଜ, ଭଞ୍ଜନଗର, ଜେ ଏମ୍ ଏଫ୍ ସି ଭିୟେନା ନାୟକ, ଉମା ଶଙ୍କର ବେହେରା, ସବ-କଲେକ୍ଟର, ଭଞ୍ଜନଗର, ଡା. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଆଳକା ମଞ୍ଜରୀ ପଟ୍ଟନାୟକ, ତାଳୁକା ଆଇନ ସେବା ସମିତି ସଦସ୍ୟମାନେ, ସହିତ ଡା. ସ୍ମିତା ରାଣୀ ପଣ୍ଡା, ଅଧ୍ୟାକ୍ଷା ସlବିତ୍ରୀ ମହିଳା ମହାବିଦ୍ୟାଳୟ ଉପସ୍ଥିତ ଥିଲେ ଓ ବିଷୟସମ୍ପର୍କୀୟ ମୂଲ୍ୟବାନ୍ ବକ୍ତବ୍ୟ ରଖିଥିଲେ ।
ବକ୍ତାମାନେ ପୋକ୍ସ ଆଇନର ପ୍ରାସଙ୍ଗିକତା, ଯୌନ ପୀଡ଼ିତାଙ୍କ ପାଇଁ ବିଧିବିଧାନ, NALSA ଦ୍ଵାରା କ୍ଷତିପୂରଣ ଯୋଜନା, ଏବଂ ସମାଜରେ ସଚେତନତାର ଆବଶ୍ୟକତା ବିଷୟରେ ସବିଶେଷ ଅଳୋଚନା କରିଥିଲେ ।
ସ୍ୱାଗତ ଭାଷଣ ଦେଇଥିଲେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସମନ୍ୱୟକାରୀ ପୁଷ୍ପାଞ୍ଜଳି ପଟ୍ଟନାୟକ, ଯେଉଁଠି ସେ କାର୍ୟକ୍ରମର ଉଦ୍ଦେଶ୍ୟ ଓ ମହତ୍ତ୍ୱ ବିଷୟରେ ଉଦ୍ବୋଧନ କରିଥିଲେ । ଧନ୍ୟବାଦ ଜଣାଇଥିଲେ ସହ-ସମନ୍ୱୟକାରୀ ଡା. ମଞ୍ଜୁ ପ୍ରଭା ଦାସ, ଯିଏ ସମସ୍ତଙ୍କର ସହଭାଗୀତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।
କାର୍ୟକ୍ରମରେ ବହୁ ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ଭାବରେ ଯୋଗଦେଇ, ଆଇନ ସଚେତନତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଭ କରିଥିଲେ ।