ବ୍ରହ୍ମପୁର;ସମୁଦ୍ରରେ ବୁଡିଗଲେ ଯୁବକ, ପରୀକ୍ଷା ଦେବାପାଇଁ ଆସିଥିଲେ ବିହାରରୁ

ବ୍ରହ୍ମପୁର : ପରୀକ୍ଷା ଦେବାକୁ ଆସି ସମୁଦ୍ରରେ ବୁଡ଼ିଗଲେ ଯୁବକ l ଅଗ୍ନିବୀର ପରୀକ୍ଷା ଦେବାକୁ ଆସିଥିବା ଜଣେ ଯୁବକ ଆଜି ଧବଳେଶ୍ୱର ସମୁଦ୍ରରେ ବୁଡିଯାଇଛନ୍ତି l ଗୋଳାବନ୍ଧ army AD କଲେଜକୁ ପରୀକ୍ଷା ଦେବାପାଇଁ ବିହାରରୁ ଆସିଥିଲେ ତିନି ଯୁବକ l ଆଜି ଧବଳେଶ୍ୱର ସମୁଦ୍ରକୁ ଗାଧେଇବାକୁ ଯାଇଥିଲେ l ସେଥିରୁ ଅଭିଷେକ ରଞ୍ଜନ ନାମକ ଯୁବକ ଗାଧୋଇବା ବେଳେ ଭାସିଯାଇଛନ୍ତି l ଚିକିଟି, ବ୍ରହ୍ମପୁର ଅଗ୍ନିଶମ ଟିମ ଓ ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛନ୍ତି l ଖବର ଲେଖା ହେବା ଯାଏ ଯୁବକଙ୍କ କୌଣସି ସନ୍ଧାନ ମିଳି ନଥିବା ଜଣାଯାଇଛି l