
ବଲିଉଡ଼ର ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା । ଯିଏକି ଦର୍ଶକ ମାନଙ୍କୁ ଭରପୁର ମନରଞ୍ଜନ କରିଛନ୍ତି । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ସେ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି ।ଗୋଟିଏ କି ଦୁଇଟି ନୁହେଁ ଅନେକ ସଫଳ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ପୁଣିଥରେ ସେ ଏକ ନୂତନ ଲୁକ୍ ସହିତ ତାଙ୍କ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛନ୍ତି ଯେଉଁଠାରେ ସେ ମୋଛ ଏବଂ ସନଗ୍ଲାସ୍ ପିନ୍ଧିଥିବାର ନଜର ଆସିଛନ୍ତି ।୬୧ ବର୍ଷୀୟ ଅଭିନେତା ପୂର୍ବରୁ ଏକ ଇନଷ୍ଟାଗ୍ରାମ୍ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ତାଙ୍କର ସିଗ୍ନେଚର ସ୍ୱାଗ୍ ସହିତ କ୍ୟାମେରା ଆଡ଼କୁ ଚାଲୁଥିବାର ଦେଖାଯାଉଛି ।ଗୋବିନ୍ଦାଙ୍କ ନୂତନ ଅବତାର ତାଙ୍କୁ ୯୦ ଦଶକର ସ୍ମୃତି ମନେ ପକାଇ ଦେବାରୁ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । ଅଭିନେତାଙ୍କ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟର ମନ୍ତବ୍ୟ ବିଭାଗରେ ସେମାନେ ପୁନରାଗମନ ପାଇଁ ଦାବି କରିଥିଲେ ।ଭିଡ଼ିଓରେ ଗୋବିନ୍ଦା ନିଜର ସ୍ୱତନ୍ତ୍ର ଅନ୍ଦାଜରେ ତାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଅଭିନେତା ହ୍ୱାଇଟ୍ କଲରର ଟି-ସାର୍ଟ ଓ ଡେନିମ୍ ଜିନ୍ସ ସହ ୟେଲୋ କଲରର କୋଟ୍ ପିନ୍ଧିବା ନଜର ଆସୁଛି । ଏହାସହ ତାଙ୍କର ଷ୍ଟାଇଲିଶ୍ ଚଷମା ତାଙ୍କର ଲୁକ୍କୁ ଆହୁରି ଖୁବ୍ ସୁନ୍ଦର କରିଛି ।ଏହି ଭିଡ଼ିଓରେ ସମସ୍ତଙ୍କର ଧ୍ୟାନ ଯଦି କୌଣସି ଜିନିଷ ଆକର୍ଷିତ କରିଛି ତ , ତାହା ଗୋବିନ୍ଦାଙ୍କର ଟ୍ରାନ୍ସଫର୍ମେସନ । ଭିଡ଼ିଓରେ ଅଭିନେତାଙ୍କର ଓଜନ ଖୁବ୍ ହ୍ରାସ ପାଇଥିବା ଦେଖାଯାଉଛି। ଗୋବିନ୍ଦା ପୂର୍ବାପେକ୍ଷା ଅଧିକ ଫିଟ୍ ଓ ସ୍ଲିମ୍ ନଜର ଆସୁଛନ୍ତି ।ଗୋବିନ୍ଦାଙ୍କର ଏହି ଭିଡ଼ିଓ ଇଣ୍ଟରନେଟ୍ରେ ଖୁବ୍ ଜୋରରେ ଭାଇରାଲ ହେଉଛି । ଏହା ଉପରେ କମେଣ୍ଟ କରି ୟୁଜର୍ସ ନିଜର ରିଆକ୍ସନ ଦେବା ସହ ତାଙ୍କର ଟ୍ରାନ୍ସଫର୍ମେସନର ପ୍ରଶଂସା ମଧ୍ୟ କରୁଛନ୍ତି ।