ଶୁଭମିତ୍ରା ହତ୍ୟା ଘଟଣା: ମାରିବା ଆଗରୁ ୪୦ ମିନିଟ୍ ଥରି ଗାଳି କରିଥିଲା ଅଭିଯୁକ୍ତ ଦୀପକ, ଫୋନରେ ରହିଛି ଅଡିଓ କ୍ଲିପ୍

ଭୁବନେଶ୍ବର: ଅସହ୍ୟ ହେଲା ୪୦ ମିନିଟର ଝଗଡା । ଗାଡ଼ି ଭିତରେ ଶୁଭମିତ୍ରାର ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ଭୁବନେଶ୍ବର ୟୁନିଟ ୬ ଠାରେ ଗାଡ଼ି ଉଭୟଙ୍କ ଭିତରେ ୪୦ ମିନିଟ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବେଳେ ଦୀପକଙ୍କୁ ଶୁଭମିତ୍ରା ଗୋଇଠା ମାରିବା ସହ ଅଶ୍ଳୀଳ ଗାଳି ଦେଇଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଶୁଭ୍ରମିତାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା କିଲର କନଷ୍ଟେବଳ ଦୀପକ ରାଉତ। ଦୀପକର ମୋବାଇଲରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଦୀପକର ମୋବାଇଲେ ଶୁଭମିତ୍ରା ଗାଳି କରୁଥିବାର ଅଡିଓ କ୍ଲିପ୍ ରହିଛି।ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦୀପକ ୧ କୋଟିରୁ ଉର୍ଦ୍ଧ ବୀମା ଟଙ୍କା ପାଇଥିଲେ। ସେହି ଟଙ୍କାରୁ ୨୦ ଲକ୍ଷ ଟଙ୍କା ଦାବି କରୁଥିଲେ ଶୁଭମିତ୍ରା । ଯାହାକୁ ନେଇ ଦୀପକ ଓ ଶୁଭମିତ୍ରାଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ତେଣୁ ଏଥିରୁ ମୁକ୍ତି ପାଇବାକୁ ଶୁଭମିତ୍ରାକୁ ଦୀପକ ହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ ହତ୍ୟା କଲେ ଟଙ୍କା ମିଳିବନି ବୋଲି ଦୀପକ ଆଗରୁ ଜାଣିଥିଲେ। ପଲିଗ୍ରାଫ ଟେଷ୍ଟ ବେଳେ ଅନେକ ରୋଚକ ତଥ୍ୟର ଖୁଲାସା କରିଛି ଅଭିଯୁକ୍ତ ଦୀପକ। ପଲିଗ୍ରାଫ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ।