୨୭ରେ ଆସୁଛନ୍ତି ମୋଦି, ଝାରସୁଗୁଡାର ଏକ ଜନସଭାକୁ କରିବେ ସମ୍ବୋଧନ

ଝାରସୁଗୁଡ଼ା : ୨୭ରେ ଆସୁଛନ୍ତି ମୋଦି । ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାର ଅମଲିପାଲି ଠାରେ ଯୁବ ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ଡିଜିପି ୱାଇ.ବି. ଖୁରାନିଆ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟକ୍ରମସ୍ଥଳୀ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।ଗତକାଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଉତ୍ତରାଞ୍ଚଳ RDC ଅମଲିପାଲି ପଡ଼ିଆ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ । ଏହି ଅବସରରେ କିଛି ନୂଆ ଘୋଷଣା ଓ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୦୨୪ ଜୁନ ୧୨ରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମୋଦି ଷଷ୍ଠ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ।