ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର ୨୬/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରୋଟାରୀ କ୍ଳବ ତରଫରୁ କ୍ଳବ କାର୍ଯ୍ୟାଳୟ ଠାରେ ସଭାପତି ରୋଟାରୀୟାନ ରଂଜିତ କୁମାର ବାରିକଙ୍କ ଅଧକ୍ଷତାରେ ଭଞ୍ଜନଗର, ବେଲଗୁଣ୍ଠା ଓ ଆଖପାଖରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ସମ୍ନାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ଆପଟ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରୀୟାନ ସୁଧୀର କୁମାର ପାଣିଗ୍ରାହୀ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି ମଂଚାସୀନ ହୋଇ ସମାଜରେ ଗୁରୁଙ୍କ ଭୂମିକା ଓ ସଂମ୍ମାନ ଉପରେ ବକ୍ତବ୍ୟ ରଖିଥିଲେ l ବାଇଶି ଜଣ ଗୁରୁ, ଗୁରୁମାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ବରିଷ୍ଠ ରୋଟାରୀୟାନ ଶ୍ରୀରାମ ପ୍ରସାଦ ପାଳ ସଂଯୋଜନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ରୋଟାରୀ କ୍ଳବର ସମସ୍ତ ସଭ୍ୟ ସହଯୋଗ ସହ ପରିଚାଳନା କରିଥିଲେ l ଏହି ଅବସରରେ ଅତିଥି ଦ୍ବୟଙ୍କୁ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ ପରେ ସମ୍ପାଦକ ରୋଟାରୀୟାନ ଗୁପ୍ତେଶ୍ୱର ସୁବୁଦ୍ଧି ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l