ସାଉଥ ସୁପରଷ୍ଟାର ବିଜୟଙ୍କ ରାଲିରେ ଅଘଟଣ, ଦଳାଚକଟାରେ ୩1 ଜଣଙ୍କ ମୃତ୍ୟୁ

ସାଉଥ ସୁପରଷ୍ଟାର ବିଜୟଙ୍କ ରାଲି ରେ ଅଘଟଣ। ଦଳାଚକଟାରେ ୩1ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ। ତାମିଲନାଡୁର କରୁର ଠାରେ ଟିଭିକେ ମୁଖ୍ୟ ବିଜୟଙ୍କ କ୍ୟାମ୍ପେନ ରାଲିରେ ହୋଇଛି ଦଳାଚକଟା। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ରାଲିରେ ପ୍ରବଳ ଜନସମାଗମ ହୋଇଥିଲା। ଧାର୍ଯ୍ୟ ସମୟ ଠାରୁ ୬ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ବିଜୟ।ପ୍ରବଳ ଭିଡ଼ ଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନସ ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ଏହା ଫଳରେ ଦଳାଚକଟା ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଂଶକା ରହିଛି । ୧୦ ଜଣଙ୍କ ମୃତ୍ୟୁ ପରେ ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ କରୁର ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଅବସ୍ଥା ପଚାରିବୁଝିଛନ୍ତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଗୁରୁତର ଓ ଆହତଙ୍କୁ ଚିକିତ୍ସା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।