ଦୁର୍ଗାପୂଜା ପେଣ୍ଡାଲରେ କାଜୋଲ ଏବଂ ରାଣୀ, ପ୍ରିୟ ଦାଦା ଦେବଙ୍କୁ ମନେ ପକାଇ ହେଲେ ଭାବପ୍ରବଣ

ସାରା ଦେଶ ପାଳନ କରୁଛି ନବରାତ୍ରି । ବଲିଉଡ୍ ଅଭିନେତ୍ରୀ କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କ ପରିବାର ମୁମ୍ବାଇରେ ଥିବାଦୁର୍ଗା ମଣ୍ଡପକୁ ବୁଲିବାକୁ ଯାଇଥିଲେ । ଉଭୟ ଅଭିନେତ୍ରୀ ପାରମ୍ପରିକ ପୋଷାକ ପିନ୍ଧିଥିଲେ । ଏହି ବର୍ଷର ଦୁର୍ଗା ପୂଜା ମୁଖାର୍ଜୀ ପରିବାର ପାଇଁ ଭାବପ୍ରବଣ ରହିଥିଲା, କାଜୋଲଙ୍କ ପ୍ରିୟ ଦାଦା, ଦେବ ମୁଖାର୍ଜୀ, ଆଉ ଦୁନିଆଁରେ ନାହାନ୍ତି । ଏହି ପୂଜା ସମୟରେ ତାଙ୍କୁ ମନେପକାଇ କାଜୋଲ ଏବଂ ରାଣୀ ଭାବପ୍ରବଣ ହେବ ସହ ସେମାନଙ୍କ ଆଖି ଛଳଳ ହୋଇଥିବା ଦେଖିବାକୁ ମିଳିଥିଲା ।ରାଣୀ ମୁଖାର୍ଜୀ ଏବଂ କାଜୋଲ ଦେବୀ ଦୁର୍ଗାଙ୍କୁ ମଣ୍ଡପରେ ସାଙ୍ଗରେ ରହି ମା ଦୁର୍ଗାଙ୍କୁ ସ୍ୱାଗତ କରିଥିଲେ । ଦୁଇ ଲୋକପ୍ରିୟ ଅଭିନେତ୍ରୀ ମା ଦୁର୍ଗାଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଯାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂଜା ସମୟରେ ରାଣୀ ଧଳା ଶାଢ଼ୀ ପିନ୍ଧିଥିଲେ, କାଜୋଲ ଗୋଲଡେନ ଶାଢ଼ୀରେ ଖୁବ ସୁନ୍ଦର ଦେଖାଯାଉଥିଲେ । ତେବେ ସେମାନଙ୍କର ଲୁକ୍ କୁ ନେଇ ଚର୍ଚ୍ଚାର ବିଷୟ ହୋଇଛି ।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କାଜୋଲ, ରାଣୀ ଏବଂ ତନିଶା ସେମାନଙ୍କ କାକା ଦେବ ମୁଖାର୍ଜୀଙ୍କୁ ମନେ ପକାଇ ଭାବପ୍ରବଣ ହେଉଥିବାର ଦେଖାଯାଉଛି । ୩ ଜଣଙ୍କୁ ଦେଖି ସେମାନଙ୍କ ସମ୍ପର୍କୀୟ ଭାଇ ଏବଂ ଫିଲ୍ମ ନିର୍ମାତା ଆୟନ ମୁଖାର୍ଜୀ ମଧ୍ୟ ଭାବପ୍ରବଣ ହୋଇଯାଆନ୍ତି । ଭାଇଭଉଣୀଙ୍କ ଏହି ପ୍ରେମପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଦୁର୍ଗା ପୂଜାରେ ଅଭିନେତ୍ରୀ ଶରବାଣୀ ମୁଖାର୍ଜୀ ଏବଂ ସୁମୋନା ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ସେମାନେ ରାଣୀ ଏବଂ କାଜୋଲଙ୍କ ସହିତ ଅନେକ ଫଟୋ ଉଠାଇଥିଲେ । ଶରବାଣୀ ଏବଂ ସୁମୋନା ଅଭିନେତ୍ରୀ କାଜୋଲଙ୍କ ସମ୍ପର୍କୀୟ ଭଉଣୀ। ଶରବାଣୀ ବ୍ଲକବଷ୍ଟର ଫିଲ୍ମ “ବର୍ଡର”ରେ ସୁନୀଲ ଶେଟ୍ଟୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।