ଭଞ୍ଜନଗର: ପିକଅପ୍ ରେ ଗଞ୍ଜେଇ ଚାଲାଣ ବେଳେ ଜଣକୁ କାବୁ କଲା ଅବକାରୀ ଟିମ୍

ଭଞ୍ଜନଗର,୮/୧୦:(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଟିମ୍‌ ପକ୍ଷରୁ ଏକ ପିକ୍‌ଅପ୍‌ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାବୁ କରିବା ସହ ବେଆଇନ ଚାଲାଣ କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଆଜି ଅପରାହ୍ନ ସମୟରେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଗୋଲାପଡା ଛକରେ ଚଢଉ କରି ଏକ ପିକ୍‌ଅପ୍‌ ଗାଡିରୁ ୧୦୦ କେଜି ଗଞ୍ଜେଇ ଜବତ କରିଥିବା ଅବାକାରୀ ଏସ୍‌ଆଇ ଅଲିଭା ମାଝୀ ସୂଚନା ଦେଇଛନ୍ତି। ଉକ୍ତ ଗାଡିଟି କନ୍ଧମାାଳ ଜିଲ୍ଲାରୁ କଟକ ଆଡକୁ ଗଞ୍ଜେଇ ନେଇ ଯାଉଥିବା ବିଶ୍ବସ୍ତ ସୁତ୍ରୁର ଖବର ପାଇବା ପରେ ଗୋଲାପଡା ଛକ ଠାରେ ଚଢଉ କରିଥିଲେ। ଚାଲାଣ କରିବା ଅଭିଯୋଗରେ କଟକ ଜିଲ୍ଲା ମାଣିଆବନ୍ଧ ଇଲାକାର ସୁବ୍ରତ ପ୍ରଧାନକୁ ଗିରଫ କରିବା ସହ ତା ନିକଟରୁ ମାଜିଷ୍ଟ୍ରେଟ୍‌ଙ୍କୁ ଉପସ୍ଥିତିରେ ଗଞ୍ଜେଇ ଏବଂ ଗାଡି ଜବତ କରିବା ସହ କେସ୍‌ ନମ୍ବର ୧୦୨ରେ ଏକ ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ଚଢଉରେ ସୁଶ୍ରୀ ମାଝୀଙ୍କ ସମେତ ବହୁମୂଲ୍ୟ ପରିଜା, ସନାତନ ନାହାକ,ସୁବଳ ପ୍ରଧାନ,କ୍ରୀଷ୍ଣ ଚନ୍ଦ୍ର ସେଠୀ,ଦିପ୍ତି ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଟିମ୍‌ ପକ୍ଷରୁ ଏକ ପିକ୍‌ଅପ୍‌ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାବୁ କରିବା ସହ ବେଆଇନ ଚାଲାଣ କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଆଜି ଅପରାହ୍ନ ସମୟରେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଗୋଲାପଡା ଛକରେ ଚଢଉ କରି ଏକ ପିକ୍‌ଅପ୍‌ ଗାଡିରୁ ୧୦୦ କେଜି ଗଞ୍ଜେଇ ଜବତ କରିଥିବା ଅବାକାରୀ ଏସ୍‌ଆଇ ଅଲିଭା ମାଝୀ ସୂଚନା ଦେଇଛନ୍ତି। ଉକ୍ତ ଗାଡିଟି କନ୍ଧମାାଳ ଜିଲ୍ଲାରୁ କଟକ ଆଡକୁ ଗଞ୍ଜେଇ ନେଇ ଯାଉଥିବା ବିଶ୍ବସ୍ତ ସୁତ୍ରୁର ଖବର ପାଇବା ପରେ ଗୋଲାପଡା ଛକ ଠାରେ ଚଢଉ କରିଥିଲେ। ଚାଲାଣ କରିବା ଅଭିଯୋଗରେ କଟକ ଜିଲ୍ଲା ମାଣିଆବନ୍ଧ ଇଲାକାର ସୁବ୍ରତ ପ୍ରଧାନକୁ ଗିରଫ କରିବା ସହ ତା ନିକଟରୁ ମାଜିଷ୍ଟ୍ରେଟ୍‌ଙ୍କୁ ଉପସ୍ଥିତିରେ ଗଞ୍ଜେଇ ଏବଂ ଗାଡି ଜବତ କରିବା ସହ କେସ୍‌ ନମ୍ବର ୧୦୨ରେ ଏକ ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ଚଢଉରେ ସୁଶ୍ରୀ ମାଝୀଙ୍କ ସମେତ ବହୁମୂଲ୍ୟ ପରିଜା, ସନାତନ ନାହାକ, ସୁବଳ ପ୍ରଧାନ, କ୍ରୀଷ୍ଣ ଚନ୍ଦ୍ର ସେଠୀ, ଦିପ୍ତି ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।