
ଭଞ୍ଜନଗର ୧୮/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆପାତ୍ତକାଳିନ ପରିସ୍ଥିତିରେ ନିଜେ ସୁରକ୍ଷିତ ରହିବା ସହ ଅଗ୍ନିଶମ ବାହିନୀର କିଭଳି ସହାୟତା ନିଆଯାଇ ପାରିବ ସେନେଇ ଆଜି ଭଞ୍ଜନଗର ଅଗ୍ନିସେବା କେନ୍ଦ୍ର ପକ୍ଷରୁ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଘରେ କିମ୍ବା ଆଖପାଖରେ ଆକସ୍ମିକ ଅଘଟଣ ଘଟିଲେ ଧୈର୍ଯ୍ୟ ର ସହ କିଭଳି ତା ସହ ମୁକାବିଲା କରିବେ ସେ ସଂର୍ପକରେ ମଧ୍ୟ ମକଡ୍ରିଲ ମାଧ୍ୟମରେ ବୁଝାଇଥିଲେ। ଏଥିସହ ବଡ ଗାଡି ଦୁର୍ଘଟଣା କିମ୍ବା ଛାତଘର ଭୁଶିଡିବା ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯିବ। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯିବ ସେନେଇ ଉକ୍ତ ଯନ୍ତ୍ରପାତିକୁ ପ୍ରଦର୍ଶିତ କରିଥିଲେ। ଏଥିସହ ବନ୍ୟାବାତ୍ୟା ସମୟରେ ଦୀର୍ଘଦିନ ଧରି ବିଦ୍ୟୁତ ସେବା ବ୍ୟହତ ହେଉଥିବାରୁ ତାକୁ ମୁକାବିଲା କରିବା ସହ ଆସ୍କାଲାଇଟ ଟେଲିସ୍କୋପିକ ଟାୱାର ଲାଇଟ କିଭଳି ବ୍ୟବହାର ହେବ। ପାଣିରେ ବୁଡିଲେ କିମ୍ବା ଧୂଆଁମୟ କୋଠରୀ ରେ ଫସି ରହିଥିବା ଲୋକଙ୍କୁ ଅତ୍ୟାଧୁନକ ଯନ୍ତ୍ର ଓ ଅକ୍ସିଜେନ ସଲିଣ୍ଡର ବ୍ୟବହାର କରି କିଭଳି ଉଦ୍ଧାର କରାଯିବ ଯନ୍ତ୍ରପାତି ପ୍ରଦର୍ଶିତ କରି କହିଥିଲେ। ରାସ୍ତା ଅବରୋଧ ଗଛ ହଟାଇବା ସହ ଘରେ ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଲେ କିଭଳି ତାକୁ ଲିଭାଇବା ପାଇଁ ଡେମୋ ଦେଖାଇବା ସହ କିଛି ଲୋକଙ୍କୁ ପରୀକ୍ଷାମୂଳକ ଭାବେ ଲିଭାଇଥିଲେ। ଏଥିରେ ଅତିଥି ଭାବେ ବ୍ରହ୍ମପୁର ଉପ ଅଗ୍ନିଶମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି, ଭଞ୍ଜନଗର ପୌର ପରିଷଦ ପୌରଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଜିଲୁଣ୍ଡି ସରପଞ୍ଚ ରଞ୍ଜିତ ଆରୁଖ, ରାଜୀବ ରାଜୁ, ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର, ଗୋଲାପଡା ସରପଞ୍ଚ ସୁକାନ୍ତ ମଲ୍ଲିକ, ବଡକୋଦଣ୍ଡାର ହୃଷିକେଶ ନାୟକଙ୍କ ସମେତ ବହୁ କାଉନସିଲର, ଜନପ୍ରତିନିଧି ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହାକୁ ଅଗ୍ନିଶମ ଅଧିକାରୀ ଚକ୍ରଧର କହଁର, ହାବିଲଦାର ସନାତନ ମହାପାତ୍ର, ମୁଖ୍ୟ ଅଗ୍ନିଯୋଦ୍ଧା ରମେଶ ନାୟକ, କେ.ଦଣ୍ଡବାବୁ, ନିଳମାଧବ ସୁବୁଦ୍ଧି, ଜିତେନ୍ଦ୍ର ଜେନା, ରଘୁନାଥ ସାହୁ, ସନୁଜ ଦେହୁରୀ, ଅଳସ ବିଷୋୟୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।