ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟର ପର୍ଦ୍ଦାଫାସ, ୪ ଗିରଫ,୩ ଦେହଜୀବୀ ଉଦ୍ଧାର

ଭୁବନେଶ୍ବର : ନାବାଳିକା ଦୁଷ୍କର୍ମ ମାମଲାରେ ସାଂଘାତିକ ଖୁଲାସା । ନାବାଳିକାଙ୍କୁ ସେକ୍ସ ରାକେଟରେ ନିୟୋଜିତ କରାଯାଇଥିଲା। ଲକ୍ଷ୍ମୀସାଗର ଫେଜ-୨ରେ ଚଢଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ନାବାଳିକାଙ୍କୁ ଲକ୍ଷ୍ମୀ ସାଗର ଫେଜ-୨ରେ ଥିବା ଏକ ତିନି ମହଲା କୋଠାରେ ଚାଲିଥିବା ସେକ୍ସ ରାକେଟରେ ଲଗାଯାଇଥିବା ପ୍ରେସମିଟରେ କହିଛନ୍ତି ପୋଲିସ କମିସନର ଏସ ଦେବବତ୍ତ ସିଂ। ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ରେଡ ପରେ ୩ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ୧୬ତାରିଖରେ ରାତିରେ କ୍ୟାପିଟାଲ ଥାନାରେ ଏମଏଲସି ରିପୋର୍ଟ ମିଳିଥିଲା। ପୋଲିସ ଏନେଇ ଛାନଭିନ କରିଥିଲା। ନାବାଳିକାଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ଅନୁମାନ କରାଯାଉଛି। ସେ ମାନସିକ ଅସ୍ଥିର ଥିବା ଚିକିତ୍ସା ବେଳେ ଜଣାପଡିଛି। ତାଙ୍କ ପରିଚୟ ମିଳିପାରିନଥିବା ବେଳେ କ୍ୟାପିଟାଲ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତାଙ୍କ ପରିଚୟ ଠାବ ସହ ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ପୋଲିସ କମିସନର।