ଗଞ୍ଜାମ ଚାମ୍ବର ଅଫ କମର୍ସ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଗଞ୍ଜାମ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଚେମ୍ୱର ଅଫ କମର୍ସ ସଭାପତି ଇ. ଶିବ ପ୍ରସାଦ ରାଓ ଙ୍କ ନେତୃତ୍ବ ରେ ବ୍ରହ୍ମପୁର ସାନ ବଜାର ସ୍ଥିତ ଜିସିସି ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ସ୍ତରୀୟ ସଭା ଆୟୋଜନ କରାଯାଇଛି l
ଓଡ଼ିଶା ଚେମ୍ବର ଅଫ କମର୍ସ ସଭାପତି ଚି ରବୀନ୍ଦ୍ରନାଥ ଏବଂ ଜିସିସି ପୂର୍ବତନ ସଭାପତି କେ ଶିବ ପ୍ରସାଦ ରାଓ ତଥା ସମସ୍ତ ଜିସିସି କମିଟି ମେମ୍ବର୍ସ ଏବଂ ଉପସ୍ଥିତ ସମସ୍ତ ନିମନ୍ତ୍ରିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଂଘ ର ସଭାପତି, ସମ୍ପାଦକ ମାନଙ୍କ ଦ୍ଵାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବନ୍ଦନା କରି ସଭା କାର୍ଯ୍ୟ ଜାତୀୟ ସଙ୍ଗୀତ ଗାନ କରି ଆରମ୍ଭ କରାଯାଇଥିଲା l ଜିସିସି ସଭାପତି ଶ୍ରୀ ରାଓ ଏବଂ ସମ୍ପାଦକ ଭି ସନ୍ତୋଷ କୁମାର ଗଞ୍ଜାମ ଜିଲ୍ଲା ସମସ୍ତ ଜୋନ ରୁ ନିମନ୍ତ୍ରିତ ବ୍ୟବସାୟୀ ସଂଘ ର ସଭାପତି ସମ୍ପାଦକ ଅନ୍ୟାନ୍ୟ କମିଟି ସଦସ୍ୟ ଓ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ l ସମଗ୍ର ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ଥିବା ସମସ୍ତ ବ୍ୟବସାୟୀ ସଂଘ ଙ୍କ ସହିତ ଗଞ୍ଜାମ ଚେମ୍ବର୍ ଅଫ କମର୍ସ ର ସୁସମ୍ପର୍କ ସ୍ଥାପନ କରିବା ଏହି ସଭା ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିସିସି ସଭାପତି ଓ ସମ୍ପାଦକ ଉପସ୍ଥାପନ କରିଥିଲେ l ଏହା ଦ୍ଵାରା ସମସ୍ତେ ମିଳିମିଶି ଗୋଟିଏ ଛାତ ତଳେ ଗୋଟିଏ ଉପଵିଧିର ନିୟମାବଳୀ କୁ ଅନୁସରଣ କରି ମିଳିତ ଭାବରେ କାମ କଲେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଦ୍ଵାରା ଲାଗୁ କରାଯାଇଥିବା ସମସ୍ତ ବାଣିଜ୍ୟ କର ର ଲାଭ ଉଠାଇବା ବ୍ୟବସାୟିକ କ୍ଷେତ୍ର ରେ ଉନ୍ନତି ହାସଲ କରିବା ଜିଲ୍ଲା ତଥା ରାଜ୍ୟ ସ୍ତରରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସାଶନ କୁ ସହଯୋଗ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ସେ ଆହ୍ବାନ କରିଥିଲେ l ଏକ ଶୃଙ୍ଖଳିତ ଓ ସମୃଦ୍ଧଶାଳୀ ସଂଘ ଏକ ମଜବୁତ୍ ସମାଜ ଓ ବିକଶିତ ଦେଶ ଗଠନ ପାଇଁ ନିହାତି ଆବଶ୍ୟକ ବୋଲି ଉକ୍ତ ସଭା ରେ ଅନୁଭବ କରାଯାଇଥିଲା l ସଂଯୋଜକ ଇଂ ପ୍ରଶାନ୍ତ ପାତ୍ର ସମସ୍ତ ବ୍ୟବସାୟୀ ସଂଘ ଙ୍କୁ ଜିସିସି ସହିତ ହାତ ମିଳାଇ ଏକ ବିକଶିତ ଦେଶ ଗଠନ ରେ ସହଯୋଗ କରିବା ପାଇଁ ଏକ ସୁନ୍ଦର ପ୍ରଶିକ୍ଷଣ ଦେଇଥିଲେ l ପ୍ରତ୍ୟେକ କମିଟି କିପରି ନିଜ ନିଜ ବ୍ୟବସାୟୀ ସଂଘ ର ଶୃଙ୍ଖଳିତ ନେତୃତ୍ବ ନେବେ ଏହା ଉପରେ ସେ ବିସ୍ତୃତ ଭାବରେ ଉଦାହରଣ ଦେଇ ନୈତିକତା ର ସହିତ କିପରି ଏକ ସଫଳ ପ୍ରାପ୍ତ ବ୍ୟକ୍ତିତ୍ଵ ହାସଲ କରିବେ ତାରି ଉପରେ ଗୁରୁତ୍ବ ଦେଇଥିଲେ l ସମଗ୍ର ଗଞ୍ଜାମ ଜିଲ୍ଲାରେ ରକ୍ତ ଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ କରିବା ପାଇଁ କେଣ୍ଡଲ୍ ଜଳାଇ ସମସ୍ତେ ସଂକଳ୍ପ ନେଇଥିଲେ l ବାଲିପଦର ଚ୍ୟାମ୍ବର୍ ସଭାପତି ଇଁ ଲକ୍ଷ୍ମୀ ପ୍ରସାଦ ନାୟକ ଜିସିସି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ଗୋଟିଏ ଉପବିଧି ଅନୁସରଣ କରି ଏକତ୍ରିତ ହୋଇ ନିଜ ବ୍ୟବସାୟ ର ଉନ୍ନତିକରଣ ସହ ଆମର ସୁନାମଧନ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ସ୍ବପ୍ନ ଏକ ବିକଶିତ ଭାରତ ଗଠନ କରିବାରେ ନିଜ ନିଜ ର ଅଂଶ ଗ୍ରହଣ କରିବା ପାଇଁ ଆହ୍ବାନ କରିଥିଲେ l