
ଭଞ୍ଜନଗର ୨୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଫୁଲବାଣୀ ରାସ୍ତା ଜଳସଂପଦ ବିଭାଗ ଡାକ ବଙ୍ଗଳାରେ ବୁଧବାର ଭଞ୍ଜନଗର ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ଼, ବାରୁଡ଼ା ସରପଞ୍ଚ ମମତା ନାୟକ, ବ୍ରାହ୍ମଣପଦର ସରପଞ୍ଚ ବନମାଳୀ ଗୌଡ଼, ହରିଗଡ ସରପଞ୍ଚ ସୁଦର୍ଷ୍ଣା ଦଳବେହେରା, ସାନକୋଦଣ୍ଡା ସମିତିସଭ୍ୟା ନମିତା ନାୟକ, ଡୁମାକୁମ୍ପା ପଞ୍ଚାୟତର ପୁର୍ବତନ ସରପଞ୍ଚ ଶିବଶଙ୍କର ପ୍ରଧାନ, ସମିତିସଭ୍ୟ ଟୁକୁନା ସାହୁ, ଭଞ୍ଜନଗର ଏନଏସି ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରାଙ୍କ ସମେତ ସେମାନଙ୍କର ଶତାଧିକ କର୍ମୀ ଓ ବିଭିନ୍ନ ପଞ୍ଚାୟତର ଅନ୍ୟ ଦଳର କର୍ମୀ ବିଜେପିରେ ଯୋଗଦେଇଛନ୍ତି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି। ଏହି ଜନପ୍ରତିନିଧି ଓ ସେମାନଙ୍କର ସମର୍ଥକ ଦଳରେ ଯୋଗଦାନ ପରେ ଭଞ୍ଜନଗର ବ୍ଲକରେ ଦଳୀୟ ସଂଗଠନ ବୃଦ୍ଧି ପାଇବା ସହ ବିକାଶ କାଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ ଓ ବିଧାୟକ ଶ୍ରୀ ନାୟକ କହିଛନ୍ତି।
ସରକାର ପରିବର୍ତ୍ତନ ଘଟିବା ଓ ବିଜଦ ହାତରୁ ରାଜ୍ୟର ଶାସନ ଭାର ଯିବାର ଦେଢ ବର୍ଷ ପୁରିବାକୁ ଯାଉଛି।ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ୍ ସରକାର। ଇତି ମଧ୍ୟରେ ମୋହନ ସରକାରଙ୍କ ସୁଭଦ୍ରା ଓ ସିଏମ୍ କିଷାନ ବିରୋଧୀ ବିଜଦକୁ ବିଚଳିତ କରି ପକାଇଛି। ଭଞ୍ଜନଗରର ଜଣକ ପରେ ଜଣେ ନେତା ବିଜଦ ଛାଡି ଭାଜପା ମୁହାଁ ହେଉଛନ୍ତି। ବିଜଦ ନେତା ଯେତେ ଚେଷ୍ଟା କଲେ ମଧ୍ୟ ପଞ୍ଚାୟତର ଜନପ୍ରତିନିଧିଙ୍କୁ ଅଟକାଇବାରେ ସକ୍ଷମ ହୋଇ ପାରୁ ନାହାଁନ୍ତି। ପଞ୍ଚାୟତର ବିକାଶ ପାଇଁ ନିର୍ବାଚନମଣ୍ଡଳୀର ଆହୁରି ଅନେକ ପଞ୍ଚାୟତର ବିଜଦ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡ ସଭ୍ୟଙ୍କ ସମେତ ଦଳୀୟ କର୍ମୀ ଆଗାମୀ ଦିନରେ ଭାଜପାରେ ସାମିଲ ହେବେ ବୋଲି ଜଣେ ବରିଷ୍ଠ ବିଜଦ ନେତା କହିଛନ୍ତି।କାର୍ଯ୍ୟକ୍ରମ ରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର, କନ୍ଧମାଳ ସାସଂଦଙ୍କ ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ, ନଗର ପ୍ରତିନିଧି ସନ୍ତୋଷ କୁମାର ତିଆଡିଙ୍କ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ। ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼ ସଭା ସଂଯୋଜନା କରିଥିବା ବେଳେ ପ୍ରାକ୍ତନ ସରପଞ୍ଚ ତଥା ଭାଜପାର ବରିଷ୍ଠ ନେତା ଧୋବା ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।