ଭଂଜନଗର: ଦୁଇ ବାଇକ୍ ମୁହାଁମୁହିଁ ଦୁର୍ଘଟଣା, ୩ ଆହତ

ଭଂଜନଗର -୦୫/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏଥିରେ ଉଭୟ ବାଇକ୍ ରେ ବସିଥିବା ୩ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ଗୋବରା ବଜାର ଠାରୁ କିଛି ଦୂରରେ ଏହି ଦୁର୍ଘଟଣା ଘଟିଛି । ଗୋବିନ୍ଦପୁର ଗ୍ରାମର ରାକେଶ କୁମାର ଗୈ।ଡ ଏବଂ ବିଜୟ ଗୈ।ଡ ବାଇକ୍ ରେ ଯାଉଥିବା ବେଳେ, ଗୋବରା ଗାଁ ର ମଦନମୋହନ ବିଶ୍ବାଳ ଏବଂ ଜଣେ ସହଯୋଗୀ ଅନ୍ୟ ଏକ ବାଇକ୍ ରେ ଯାଇ ଧକ୍କା ଦେଇଥିଲେ । ଉଭୟ ବାଇକ୍ ର ରାକେଶ, ବିଜୟ ଏବଂ ମଦନ ମୋହନ ଆହତ ହୋଇ , ଗୋବରା ମେଡିକାଲରେ ଚିକିତ୍ସିତ ହୋଇଥିଲେ । ତେବେ ବିଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।