ସିକନ୍ଦର ଆଲାମ୍ ଗିରଫ, ୭ ଦିନ ଧରି ଫେରାର ଥିଲା ବାଂଲାଦେଶୀ ଲିଙ୍କ୍ ର ମୁଖ୍ୟ ଅଭିଯୁକ୍ତ

ଜଗତସିଂହପୁର : ସିକନ୍ଦର ଆଲାମ୍ ଗିରଫ । ୭ ଦିନ ଧରି ଫେରାର ଥିବା ବାଂଲାଦେଶୀ ଲିଙ୍କ୍ ର ମୁଖ୍ୟ ଅଭିଯୁକ୍ତ ଗିରଫ । ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୋଲିସ । ତା’ ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ଯାଞ୍ଚ ପରେ ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା ମିଳିଛି ।ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା କରାଯାଉଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ପୋଲିସ । ତେବେ ଜଗତସିଂହପୁରର ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ଶରଣ ଦେଇଥିଲା ସିକନ୍ଦର । ସିକନ୍ଦର ପ୍ରଥମେ କୃଷ୍ଣାନନ୍ଦପୁର, ପରେ ତେଣ୍ଡାକୁଡ଼ା, କେନ୍ଦ୍ରାପଡ଼ା ହୋଇ ଯାଜପୁର ଯାଇଥିଲା । ସିକନ୍ଦର ଦୁଇଟି ଫୋନ ବ୍ୟବହାର କରିଥିଲା । ଗୋଟିଏ ଫୋନ ଅଫ ଆଉ ଗୋଟେ ଛୋଟ ଫୋନ ଅନ୍ ରଖୁଥିଲା । ଯାହା ଫଳରେ ସିକନ୍ଦରକୁ ଧରିବାକୁ ସହଜ ହୋଇଥିଲା ।