ଭଞ୍ଜନଗର: ସାଇକେଲକୁ ସ୍କୁଟି ଧକ୍କା ଉଭୟ ଆହତ

ଭଞ୍ଜନଗର ୨୬/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୦୪ : ୪୦ ମିନିଟ୍ ରେ ଏକ ସାଇକେଲ କୁ ଅନ୍ୟ ଏକ ସ୍କୁଟି ଧକ୍କା ଦେବାରୁ ଉଭୟ ଆରୋହୀ ଆହାତ ହୋଇ ଥିଲେ l ସଠିକ୍ ସମୟରେ ଭଂଜନଗର ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଁଚି ଉଭୟ ଆହାତ ବ୍ୟକ୍ତି ନାମ ରତ୍ନାକର ନାୟକ, ବୟସ ୩୦ ଓ ପ୍ରକାଶ ଚନ୍ଦ୍ର ସ୍ୱାଇଁ ବୟସ ୪୮ ଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ l