ଜଗନ୍ନାଥ ପ୍ରସାଦ ବ୍ଲକ୍ ରେ ୭୬ ତମ ସମ୍ବିଧାନ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ ୨୬/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବି ଡ଼ି ପୁର ଗ୍ରାମ ପଞ୍ଚାୟତ ଭବନ ଠାରେ ୭୬ ତମ ସମ୍ବିଧାନ ଦିବସ ବହୁ ଆଡମ୍ବର ସହ ପାଳନ କରାଗଲା I ଆଜିର ଏହି ସମ୍ବିଧାନ ସଭାରେ ସଭାପତି ଭାବେ ରଶ୍ମିତା ସାହୁ ସରପଞ୍ଚ ମହୋଦୟା ଯୋଗ ଦେଇ ଥିଲେ ତାଙ୍କ ସହ ନାଏବ-ସରପଞ୍ଚ ଲକ୍ଷ୍ମୀ ସ୍ୱାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତୁଷାର କାନ୍ତ ଯାନୀ ସଭା ସଂଯୋଜନା କରି ଥିଲେ ବିପ୍ର ଚରଣ ବାରିକ ଯିଏ କି ପୂର୍ବତନ ସାଂସଦ ପ୍ରତିନିଧି ତଥା ବର୍ତମାନ ସମିତି ସଭ୍ୟାଙ୍କ ପ୍ରତିନିଧି ତା ସହ ସରପଞ୍ଚଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ଏବଂ ୱାର୍ଡ ସଭ୍ୟ ସଭ୍ୟା ଅଙ୍ଗନୱାଡିର ସମସ୍ତ ମହିଳା ସଦସ୍ୟା ଏମବିକେ ସି ଆରପି ଗ୍ରୁପ ମଧ୍ୟ ସଭାରେ ଯୋଗ ଦେଇ ଥିଲେ I ଡ଼ଃ ବି . ଆର . ଆମ୍ବେଦକର ଏହାର ପ୍ରଣେତା ଥିଲେ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନ ସମ୍ବିଧାନ ଗଠନ ପ୍ରକ୍ରିୟା ଲାଗିଥିଲା I ସମ୍ବିଧାନ ହେଉଛି ଗଣତନ୍ତ୍ରର ଏକ ମୁଖଶାଳା ଭାରତ ଏକ ସର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ ସାରା ପୃଥିବୀରେ ପରିଚୟ ସୃଷ୍ଟି କରୁଛି ସବୁ ଠାରୁ ଆମର ସମ୍ବିଧାନ ଅନ୍ୟ ଦେଶ ଠାରୁ ନିଆରା ଏଠି ସମସ୍ତେ ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିୟାନ ଏବଂ ଧନୀ ଠାରୁ ଗରିବ ପର୍ଯନ୍ତ ସମସ୍ତଙ୍କୁ ଆଇନ ଓ ଅଧିକାର ସମାନ I ସମ୍ବିଧାନ ଆମକୁ ମୌଳିକ ଅଧିକାର ପ୍ରଦାନ କରେ, ଆମର ଦାୟିତ୍ୱକୁ ରୂପରେଖ ଦିଏ ଏବଂ ନ୍ୟାୟ, ସମାନତା, ସ୍ୱାଧୀନତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରେ। ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଥିବା ଏହି ଦିନଟି ଆମକୁ ସେହି ନୀତିଗୁଡ଼ିକୁ ପାଳନ ଏବଂ ବଜାୟ ରଖିବାକୁ ମନେ ପକାଇଥାଏ ଯାହା ଆମ ଦେଶକୁ ଏକତା ଏବଂ ମୁକ୍ତ ରଖିଥାଏ। ଆସନ୍ତୁ ଆମେ କେବଳ ଆଜି ନୁହେଁ, ବରଂ ପ୍ରତ୍ୟେକ ଦିନ, ଆମର କାର୍ଯ୍ୟ ଏବଂ ଆଇନ ପ୍ରତି ସମ୍ମାନ ମାଧ୍ୟମରେ ଆମର ସମ୍ବିଧାନକୁ ସାଇତି ରଖିବା । ଏହି ସମ୍ବିଧାନ ଦିବସ ଉପଲକ୍ଷେ ବି ଡ଼ି ପୁର ଗ୍ରାମ ପଞ୍ଚାୟତ ଭବନଠାରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ସମ୍ବିଧାନ ସମ୍ବଧୀୟ ପ୍ରଶ୍ନ ପଚରା ଯାଇ ଥିଲା ଏଥିରେ ବି ଡ଼ି ପୁର ଗ୍ରାମ ପଞ୍ଚାୟତର ଚନ୍ଦ୍ର ଶେଖର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚନ୍ଦ୍ର ଶେଖର କୃଷି ଉଚ୍ଚ ନୋଡାଲ ବିଦ୍ୟାଳୟ ଅନୁଷ୍ଠାନର ପ୍ରାୟ କୋଡିଏ ଜଣ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ଥିଲେ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରଥମ ଦ୍ୱତୀୟ ଓ ତୃତୀୟ ହୋଇ ଥିବା ଛାତ୍ର, ଛାତ୍ରୀଙ୍କୁ ଟ୍ରଫି, ସାର୍ଟିଫିକେଟ, ଖାତା, କଲମ, ଯାବତିୟ ରାଶି ପ୍ରଦାନ କରାଗଲାI ଦ୍ୱତୀୟ ପର୍ଯ୍ୟାୟରେ ରଙ୍ଗୋଲି ପ୍ରତିଯୋଗିତା(ଝୋଟି) ଅନୁଷ୍ଠିତ ହୋଇ ଥିଲା ସେଥିରେ ସ୍କୁଲ ଛାତ୍ରୀ ସହ ପଞ୍ଚାୟତର MBK, CRP ମଧ୍ୟ ଅଂଶ ଗ୍ରହଣ କରି ଥିଲେ ପ୍ରତିଯୋଗିତାରେ ପ୍ରଥମ ଦ୍ୱତୀୟ ଓ ତୃତୀୟ ହୋଇ ଥିବା ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ରାଶି ଯାବରତିୟ ଜିନିଷ ପ୍ରଦାନ କରାଯାଇଥିଲା I ତା ସଙ୍ଗେ ସଙ୍ଗେ ତୃତୀୟ ପର୍ଯ୍ୟାୟରେ ଚନ୍ଦ୍ର ଶେଖର କୃଷି ଉଚ୍ଚ ନୋଡାଲ ବିଦ୍ୟାଳୟର ଥିବା ଖେଳ ପଡିଆ ଠାରେ ମ୍ୟୁଜିକାଲ୍ ଚେୟାର୍ ପ୍ରତିଯୋଗିତା ହୋଇଥିଲା ସେଥିରେ ଉଭୟ ସ୍କୁଲର ଚାରି, ଚାରି ଲେଖାଏ ମୋଟ ୮ ଜଣ ଛାତ୍ରୀ ଭାଗ ନେଇ ଥିଲେ ଭଲ ପ୍ରଦର୍ଶନ ଥିବା ଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ୱତୀୟ ଏବଂ ତୃତୀୟ ପୁରସ୍କାର ଟ୍ରଫି, ସାର୍ଟିଫିକେଟ ଓ କିଛି ପୁରସ୍କାର ରାଶି ପ୍ରଦାନ କରାଗଲାI ତା ସହ ପ୍ରତ୍ୟେକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଥିବା ଛାତ୍ର, ଛାତ୍ରୀ ଓ ଉପସ୍ଥିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଖାତା ଓ କଲମ ଭଳି ସାନ୍ତୋନା ମୂଳକ ଭାବେ ପୁରସ୍କାର ରାଶି ପ୍ରଦାନ କର ଯାଇ ଥିଲାI ପରିଶେଷରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେI