ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା; କୁକୁର ଝୁଣି ଖାଉଥିବା ବେଳେ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

କବିସୂର୍ଯ୍ୟନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଟବର କଲୋନୀ ରାସ୍ତାରୁ ଗୋଟିଏ ନବଜାତ ଶିଶୁ କନ୍ୟା ର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି l ସହର ର ବିଇଓ ଅଫିସ ପାଖ ବୁଦାରୁ ମୃତଦେହ ଟିକୁ ଧରି କୁକୁର ଯାଉଥିବା ଲୋକେ ଦେଖିଥିଲେ l କୁକୁର ଟି ରାସ୍ତା ଉପରେ ରଖି କୁକୁର ଝୁଣି ଖାଉଥିବା ଦେଖି ଲୋକେ ପାଟି କରିବାରୁ ଶିଶୁ କନ୍ୟା ର ମୃତଦେହ କୁ ଛାଡି କୁକୁର ଚାଲିଯାଇଥିବା ବେଳେ ମୃତ ଶିଶୁ ର କୌଣସି ପରିଚୟ ମିଳିପାରନାହଁ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ସରକାର ବେଟି ବଚାଓ ନାରାଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସତ୍ତ୍ୱେ ଶିଶୁ କନ୍ୟା ର ମୃତଦେହ ପୁଣି ଠାବ ହେବା ଘଟଣା ଯୋଜନା ର କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l