
ଭଞ୍ଜନଗର, ୨୯/୧୧.(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଜେ.ଡ଼ି କ୍ଲବ ଫୁଲବାଣୀ ସହ ମରାଠା ଏକାଦଶ, ଭଞ୍ଜନଗର ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ୍ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରି ୧-୧ଗୋଲ କରି ସମାନ ସ୍ଥିତିରେ ଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଆଉ କୌଣସି ଗୋଲ ଦେବାରେ ସକ୍ଷମ ହୋଇ ନଥିଲା। ଫଳରେ ସ୍କୋର ୧-୧ରେ ଅମିମାଂସିତ ରହିଥିଲା।ରେଫରୀଙ୍କ ନିଷ୍ପତ୍ତି କ୍ରମେ ପେନାଲ୍ଟି ସୁଟ ଆଉଟର ଆଶ୍ରା ନିଆ ଯାଇଥିଲା।ଏଥିରେ ଫୁଲବାଣୀ ଟିମ୍ ୩ଟି ଗୋଲ ଓ ଭଞ୍ଜନଗର ମରାଠା ଏକାଦଶ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା।ଏହି ରୋମାଞ୍ଚକର ବିଜୟ ସହ ଭଞ୍ଜନଗର ମରାଠା ଏକାଦଶ ଫାଇନାଲରେ ଆସନ୍ତା କାଲି ସୁନ୍ଦରଗଡ଼ ଟିମ୍ କୁ ଭେଟିବ। ଆଜିର ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଟିପିଏସଓଡ଼ିଏଲ ଏସଇ ଅଭିଜିତ ପାଢ଼ୀ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ଡିହପଢାଳ ସରପଞ୍ଚ ପ୍ରତିନିଧି ସୁବାଷ ଚନ୍ଦ୍ର ବରାଡ଼, ସମାଜସେବୀ ମନୋଜ କୁମାର ପ୍ରଧାନ (କୁବେର), ସନ୍ତୋଷ ତିଆଡ଼ି, ଭଞ୍ଜ ଟ୍ରଫି ସଭାପତି ବିଷ୍ଣୁ ପ୍ରଧାନ, ଉପସଭାପତି ଧୀରେସ ମାହାନ୍ତି, ସମ୍ପାଦକ ମାନସ ଜେନା, କୋଷାଧକ୍ଷ ଗିରିଜା ଶଙ୍କର ଭୂୟାଁ, କାଳିଆ ବେହେରା, ସୁଧୀର ବେହେରା, ରଂଜିତ ମିଶ୍ର (ବୁବୁନ), ସୁଧୀର ରଞ୍ଜନ ବେହେରା ଯୋଗ ଦେଇଥିଲେ। ଆଜିର ମ୍ୟାଚ୍ ରେ ରେଫରୀ ଦିଲୀପ କୁମାର ରାଉତଙ୍କୁ ରୋସନ ଖାନ୍, ଦେବବ୍ରତ ବେହେରା, ସୁଜିତ ରାଜହଂସ ମ୍ୟାଚ୍ କମିଶନର ପି. ରମେଶ ରାଓ ସହଯୋଗ କରିଥିଲେ। ସୁଶାନ୍ତ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ।ପରିଚାଳନା କମିଟି ସଦସ୍ୟ ମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।