
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର କେନ୍ଦ୍ରିୟ ବନାଞ୍ଚଳ ରେ ଦନ୍ତା ହାତୀ ଆକ୍ରମଣ ରେ ୪ ଗାଈ ମୃତ । ସୂଚନା ମୁତାବକ କାଳିଆମ୍ବ ପୁରୁଣାପାଣିର ବଞ୍ଜର ମାଳରେ ଥିବା ଡମ୍ବ ପାତ୍ର ଙ୍କ ଗାଇ କୁହାଁରରେ ଗତ ରାତିରେ ଏକ ଦନ୍ତା ହାତୀ ପସି ଗାଈ କୁ ଦଳିଦେଇ ଥିବା ବେଳେ କାଳିଆମ୍ବାର ପୂର୍ଣ୍ଣ ନାୟକଙ୍କ ଗୋଟେ ଗାଇର ଅନ୍ତବୁଜୁଳା ବାହାର କରିଦେଇଛି। ସେହିପରି ହାତୀ ଆକ୍ରମଣ ରେ ପୁରୁଣାପାଣି ଗ୍ରାମର ନୀଳକଣ୍ଠ ପରିଡା ଓ ରଞ୍ଜନ ପରିଡାଙ୍କ ଗୋଟିଏ ଲେଖାଏଁ ଗାଇ ଆହାତ ହୋଇଥିବା ବେଳେ ଉପର ମଳାସପଦରର ଗଙ୍ଗା ନାୟକ ଙ୍କ ଏକ ଗାଇ ମଧ୍ୟ ଗୁରୁତର ହୋଇଛି। ମୋଟ ୪ ଗୋଟି ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି l ତେବେ ଉତ୍ତର ଘୁମୁସର ବନଖଣ୍ଡ ରେ ହାତୀଙ୍କ ଚଳପ୍ରଚଳ ବିଭିନ୍ନ ସମୟ ଦେଖିବାକୁ ମିଳୁଥିବା ବେଳେ କେତେବେଳେ କାହାର ଫସଲ ନଷ୍ଟ କରିଥିବା ବେଳେ କେତେବେଳେ ଘର ଭାଙ୍ଗିଛନ୍ତି । ହାତୀପଲ ଗତକାଲି ବିଳମ୍ବିତ ରାତିରେ ୪ ଗାଈ କୁ ଆକ୍ରମଣ କରିଛି ଯାହରି ଫଳରେ ଗାଇ ଙ୍କ ମୃତ ଘଟିଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳୁଛି ।