
ରାୟଗଡ଼ା : ଡିଜିଟାଲ ଆରେଷ୍ଟ କରି ଠକିନେଲେ ୧୨ ଲକ୍ଷ । ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ମହିଳା ଡାକ୍ତର ଚୁନା ମାରିଲେ ସାଇବର ଲୁଟେରା । ଗତ ୯ତାରିଖରୁ ଡିଜିଟାଲ ଆରେଷ୍ଟ ହୋଇଥିଲେ ଡାକ୍ତର। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଡାକ୍ତର ଜଣକ । ଏହା ପରେ ସାଇବର ଓ ଟାଉନ ପୋଲିସ ପକ୍ଷରୁ ମିଳିତ ତଦନ୍ତ ଜାରି ରହିଛି। ଅଭିଯୋଗକୁ ଆଧାର କରି ପୋଲିସ ଏବଂ ସାଇବର ପୋଲିସର ମିଳିତ ତଦନ୍ତ ଆରମ୍ଭ କରିଥିବା ନେଇ କହିଛନ୍ତି ଟାଉନ ଥାନା ଅଧିକାରୀ ପ୍ରସନ୍ନ କୁମାର।ଏହା ପୂର୍ବରୁ ସାମ୍ନାକୁ ଆସିଥିଲା ଦେଶର ଦେଶର ସବୁଠାରୁ ବଡ ଡିଜିଟାଲ ଆରେଷ୍ଟ। ସିବିଆଇ ଅଧିକାରୀ କହି ଠକି ନେଇଥିଲେ ପ୍ରାୟ ୩୨ କୋଟି ଟଙ୍କା। ସିବିଆଇ ଅଧିକାରୀ ପରିଚୟ ଦେଇ ବେଙ୍ଗଲୁରୁର ଜଣେ ମହିଳାଙ୍କୁ ୬ ମାସରୁ ଅଧିକ ସମୟ ଡିଜିଟାଲ ଆରେଷ୍ଟ କରି ହୋଇଛି ଏହି ଠକେଇ। ୧୮୭ଟି ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଠକେଇ ହୋଇଛି ପ୍ରାୟ ୩୨ କୋଟି ଟଙ୍କା। ସେହିପରି ୨୦୨୪ରେ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ରିପୋର୍ଟ ହୋଇଥିବା ଡିଜିଟାଲ ଗିରଫ ଦୁର୍ନୀତି ଓ ଆନୁଷଙ୍ଗିକ ସାଇବର ଅପରାଧ ମାମଲା ସଂଖ୍ୟା ୧ ଲକ୍ଷ ୨୩ହଜାର ୬୭୨ ରହିଛି।