ମୁଜାଗଡ଼ ପାଠଶାଳା ର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ

ଭଞ୍ଜନଗର ୨୮/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଉପସେବା କେନ୍ଦ୍ର ଭଞ୍ଜନଗର ତରଫ ରୁ ଶାଖା କେନ୍ଦ୍ର ମୁଜାଗଡ଼ ପାଠଶାଳା ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ଶାନ୍ତି ଶୋଭା ଯାତ୍ରା, ସ୍ନେହ ମିଳନ ପର୍ବ, ସୁନ୍ଦର ସାଂସ୍କୃତିକ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା l ଅତିଥି ଶିକ୍ଷକ ଶ୍ରୀ ମହେନ୍ଦ୍ର ଘଡେଇ ଙ୍କ କରକମଳ ରେ ପ୍ରଦୀପ ପ୍ରଯ୍ୟୁଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l ମଞ୍ଚସିନା ଅତିଥି ରାଜଯୋଗୀ ଅକ୍ଷୟ ଭାଇ ସଂସ୍ଥା ପରିଚୟ, ରାଜଯୋଗିନୀ ବ୍ର. କୁ ସୁଭଦ୍ରା ଭଉଣୀ ଆତ୍ମା ପରିଚୟ, ଭଞ୍ଜନଗର ଉପସେବା କେନ୍ଦ୍ର ସଞ୍ଚlଳିକl ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ପରମାତ୍ମା ଶିବ ଙ୍କ ସତ୍ୟ ପରିଚୟ ପ୍ରଦାନ ପରେ ଅତିଥି ମହୋଦୟ ଈଶ୍ୱରୀୟ ସ୍ବ ଅନୁଭୁତି ପ୍ରଦାନ ସହିତ ଅନୁଷ୍ଠାନ ର ଉତ୍ତରତୋର କାମନା ପୂର୍ବକ ସଦା ସର୍ବଦା ସହଯୋଗୀ ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ବ୍ର. କୁ ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା, ବ୍ର. କୁ ପିଙ୍କି ଭଉଣୀ ସ୍ୱାଗତ ଭାଷଣ ଏବଂ ବ୍ର. କୁ ପ୍ରାପ୍ତି ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ର. କୁ ଅଲିଭା ଭଉଣୀ, ଅନିତା ଭଉଣୀ ସମେତ ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ଭାଇ ଓ ଭଉଣୀ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇଯାଇଛି l