ଶୁଳାବଣି ପୀଠରେ ସମୁହ ପ୍ରସାଦ ସେବନ

ଭଞ୍ଜନଗର ୩୧/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଁଣୀ ପଞ୍ଚାୟତର ପଥରଗଡା ମା ଶୁଳାବଣି ପୀଠରେ ବୁଧବାର ପହିଲି ଭୋଗ ଲାଗି ହୋଇଛି।୩୦ ରୁ ଉର୍ଦ୍ଧ୍ୱ ବ୍ୟଞ୍ଜନ ମାଙ୍କ ନିକଟରେ ଲାଗି ହେବା ପରେ ତିନି ହଜାରରୁ ଅଧିକ ଶ୍ରଦ୍ଧାଳୁ ସମୁହ ପ୍ରସାଦ ସେବନ କରିଥିଲେ। ସମୁହ ପ୍ରସାଦ ସେବନରେ ଦୋମୁହାଁଣି ପଞ୍ଚାୟତର ଦୋମୁହାଁଣି, ରାଇଗୋଛା, ଖମଣସାହି, କୁରାଢିଆ, ବନ୍ଦର ସାହି, ଗୁଣ୍ଡୁରୀ ବାଡି, କିରାଝୋଲା ସମେତ ପଡୋଶୀ ହରିଗଡ, ଗାଲେରୀ, ତୁରୁମୁ ଓ ବ୍ରାହ୍ମଣପଦର ପଞ୍ଚାୟତର ହଜାର ହଜାର ମହିଳା, ପୁରୁଷ ଓ ଶିଶୁ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଦୋମୁହାଁଣି ପଞ୍ଚାୟତ ବାସୀ ଓ ଯୁବକ ଭାଇ ମାନେ ଆୟୋଜନ କରିଥିବା ବେଳେ ଆଖପାଖ ଅଞ୍ଚଳର ଯୁବକ ମାନେ ମଧ୍ୟ ପରିଚାଳନା ରେ ସହଯୋଗ କରିଥିଲେ।