
ବ୍ରହ୍ମଗିରି (ବଳରାମ ତ୍ରିପାଠୀ) ୩/୧: ବିସ୍ଫୋରଣ । ରେବଣା ନୂଆଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ବିସ୍ପୋରଣ । ବିସ୍ଫୋରଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଆହତ ଜଣକ ଯମୁନା ବରାଳ । ତାଙ୍କୁ ପ୍ରଥମେ ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ସ୍ଥାନାନ୍ତର କରାଯାଇଛି । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ବ୍ରହ୍ମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।