
ରାଇରଙ୍ଗପୁର (ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ): ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ରାଇରଙ୍ଗପୁରଙ୍କ ଆନୁକୂଲ୍ୟରେ ଆଜି ସକାଳ ଘ ୮-୩୦ମି ସମୟରେ ରାଇରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ମାସ ପାଳନ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଉପସ୍ଥିତ ସମସ୍ତେ ସଡ଼କ ସୁରକ୍ଷା ସମ୍ଭନ୍ଧୀୟ ସଡ଼କ ରେ ଯାତାୟାତ କରିବା ସମୟରେ ଟ୍ରାଫିକ ନିୟମକୁ ଅନୁପାଳନ କରିବା ନେଇ ଶପଥ ପାଠ କରିଥିଲେ।
ଏହି ଅବସରରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ଶୋଭାଯାତ୍ରାକୁ ନିମନ୍ତ୍ରିତ ଅତିଥି ବୃନ୍ଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ. ଉକ୍ତ ଶୋଭାଯାତ୍ରା ସହରର ବିଭିନ୍ନ ଅଂଚଳ ରେ ପରିକ୍ରମା କରି ଟ୍ରାଫିକ ସିଗନାଲ ଏବଂ ନିୟମ କୁ କଡାକଡ଼ି ମାନି ସୁରକ୍ଷିତ ଢଙ୍ଗରେ ଗାଡି ଚାଳନା କରି ନିଜ ଜୀବନ କୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷା ଓ ଅନ୍ୟମାନଙ୍କ ଜୀବନ କୁ ସୁରକ୍ଷିତ ରଖିବା ନେଇ ଜନସାଧାରଣ ଙ୍କ ମଧ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ।ବିଶେଷ କରି ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ଚାଳନା ନକରିବା, ଅତ୍ୟଧିକ ଦ୍ରୁତ ଗତିରେ ଗାଡି ନଚଳାଇବା, ପିତାମାତା ମାନେ ସେମାନଙ୍କର କିଶୋର କିଶୋରୀ ବୟସର ପିଲାମାନଙ୍କୁ ଗାଡି ଚାଳନାରୁ ନିବୃତ ରଖିବା,ଦୁଇ ଚକିଆ ଯାନ ଚାଳନା ସମୟ ରେ ଚାଳନାକାରି ସହିତ ଗାଡି ପଛରେ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ତଥା ଦୁଇ ଚକିଆ ଯାନରେ ତିନି ଜଣ ବସି ଗାଡି ଚାଳନା ନକରିବା , ଚାରିଚକିଆ ଯାନ ରେ ଗାଡି ଚାଳନା ସମୟ ରେ ଡ୍ରାଇଭର ସମେତ ସମ୍ମୁଖ ରେ ବସିଥିବା ଲୋକ ସିଟବେଲ୍ଟ ବ୍ୟବହାର କରିବା, ମଦ୍ୟ ପାନ କରି ନିଶାଶକ୍ତ ହୋଇ ଗାଡି ନଚଳେଇବା,ଦ୍ରୁତ ଗତିରେ ଅଭରଟେକ ନକରିବା, ଗାଡି ଚଳାଉଥିବା ସମୟ ରେ ମୋବାଇଲ ଫୋନ ବ୍ୟବହାର ନକରିବା, ଗାଡି ଚାଳନା ସମୟ ରେ ଜେବ୍ରା କ୍ରସିଂ ବ୍ୟତୀତ ରାସ୍ତା ର ଅନ୍ୟ ସ୍ଥାନ ରେ ରାସ୍ତା ପାର ନହେବା, ଗାଡିରେ ପରିବହନ ପାଇଁ ଧାର୍ଯ୍ୟ ହୋଇଥିବା ଯାତ୍ରୀ ଙ୍କ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନେବା ଆଣିବା ନକରିବା, ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ନିକଟରେ ଗାଡି ଚାଳନା କରି ଅତିକ୍ରମ କରିବା ସମୟ ରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ତଥା ଗାଡିର କାଗଜ ପତ୍ର ଯଥା ଆର. ସି. ବୁକ, ପ୍ରଦୂଷଣ ସାର୍ଟିଫିକେଟ, ଇନ୍ସୁରାନ୍ସ ଇତ୍ୟାଦି ଉଚିତ ସମୟ ରେ ନବୀକରଣ କରି ଅଧୁନାତନ କରେଇବା, ଗାଡିର ବ୍ରେକ, ଇଣ୍ଡିକେଟର ହର୍ଣ୍ଣ ଇତ୍ୟାଦି ଠିକ ଭାବେ କାର୍ଯ୍ୟକ୍ଷମ ସ୍ଥିତି ରେ ରଖିବା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ବିପଦ ମୁକ୍ତ ଜୀବନ ବଂଚିବା ପାଇଁ ଏହି ସଚେତନତା ଶୋଭା ମାଧ୍ୟମରେ ପରାମର୍ଶ ଦିଆଯିବା ସହିତ ଉକ୍ତ ନିୟମ ର ଉଲଘଂନ ରେ ଏହାର ଆଇନ ଗତ କାର୍ଯ୍ୟାନୁଷ୍ଠାନ ତଥା ଆର୍ଥିକ ଜୋରିମାନା ପ୍ରବଧାନ ସମ୍ଭନ୍ଧ ରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଇଥିଲେ.
ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଲୋକମାନଙ୍କୁ ” ସଡ଼କ ସୁରକ୍ଷା ଜୀବନ ରକ୍ଷା ” ସମ୍ପର୍କ ରେ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୁନ୍ୟ ହାସଲ କରିବାପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରିଣୀ ପ୍ରକାଶ କରିଥିଲେ।
ଆଜିର ଅନୁଷ୍ଠିତଏହି ରାଲି ରେ ବିଭିନ୍ନ ଶିକ୍ଷlନୁଷ୍ଠାନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବିଜୟ ରାମ, ରାଇରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଟ୍ରକ ମାଲିକ ସଙ୍ଘ, ଅଟ ମାଲିକ ସଙ୍ଘ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତି ରହି ଅଂଶ ଗ୍ରହଣ କରିଥିଲେ ।