
ଭଞ୍ଜନଗର ୧୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଓ ମୁଜାଗଡ ହାଇସ୍କୁଲରେ ‘ପିଏମ୍ ଶ୍ରୀ’ ଉତ୍ସବ ଭଞ୍ଜନଗର ଓ ମୁଜାଗଡ ଠାରେ ପିଏଶ୍ରୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ରାଜନୀତିକରଣର କୌଣସି ସ୍ଥାନ ନାହିଁ। ପୂର୍ବ ସରକାର ଶିକ୍ଷା ବିଭାଗକୁ ଦୁର୍ବଳ କରିଥିବା ବେଳେ ବର୍ତ୍ତମାନର ସରକାର ଶିକ୍ଷା କ୍ଷେତ୍ରକୁ ମଜବୁତ୍ କରିବାକୁ ପ୍ରୟାସ କରୁଛନ୍ତି। ନିର୍ବାଚନ ମଣ୍ଡଳୀ ସମସ୍ତ ସ୍କୁଲର ଉନ୍ନତି ପାଇଁ ପଦକ୍ଷେପ ଆରମ୍ଭ ହେଇଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମଦନ ମୋହନ ରଥଙ୍କ ସଭାପତିତ୍ବରେ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଭଲ ପାଠ ପଢି ବାପା ମାଙ୍କ ସହ ଅଞ୍ଚଳର ଟେକ ରଖିବାକୁ ପିଲାଙ୍କୁ ଆହ୍ବାନ ଦେଇଥିଲେ। ବିଇଓ ଲୋପାମୁଦ୍ରା ରଥ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶ୍ୟମା ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ କିଛି କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଭଞ୍ଜନଗର ବ୍ଲକ ମୁଜାଗଡ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ‘ପିଏମ ଶ୍ରୀ’ ଉତ୍ସବ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷା ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀଙ୍କ ପୌରହିତ୍ୟରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ପୂର୍ବତନ ସରପଞ୍ଚ ଧୋବା ଗୌଡ଼,ଡିଆରଡିଏ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ରବୀନ୍ଦ୍ର କୁମାର ଗୌଡ଼,ଏବିଇଓ ସୂର୍ଯ୍ୟ ନାୟକ,ସରପଞ୍ଚ ସୁଶାନ୍ତ କୁମାର ନାୟକ,ସ୍କୁଲ ପରିଚାଳନା କମିଟି ସଭାପତି ସୁନୀତା ବରାଡ ମଞ୍ଚାସୀନ ରହିଥିଲେ। ଅଧ୍ୟାପକ ସନ୍ତୋଷ କୁମାର ଆପଟ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।