“ବିକଶିତ ଭାରତ, ଜି ରାମ ଜି” କୁ ନେଇ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପିର କର୍ମଶାଳା

ଭଞ୍ଜନଗର ୧୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ସ୍ଥିତ ବିଜେପିର ଘୁମୁସର ଜିଲ୍ଲା ସାଂଗଠନିକ କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ନୀଳମାଧବ ପାତ୍ରଙ୍କ ସଭାପତିତ୍ୱରେ “ବିଭି ଜି, ରାମ ଜି” ବିଷୟ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ବିଜେପି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତିଙ୍କ ସମେତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଳ, ସିମାଞ୍ଚଳ ସାହୁ, ବୁଲୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି, କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା, ଏଭଳି ପ୍ରସ୍ତାବ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବାର ଯଥାର୍ଥତା ସଂକ୍ରାନ୍ତରେ ଅବଗତ କରାଇଥିଲେ । ଏହାସହ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଦଳୀୟ କର୍ମୀଙ୍କୁ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ମନରେଗା ଯୋଜନା ବାବଦରେ, ବିରୋଧୀ କଂଗ୍ରେସ ଦଳ ବହୁତ ଗର୍ଜନ କରୁଛି । ସେମାନେ ଗଳାବାଟ ଦେଇ, ଦୁର୍ନୀତି କରିବା ଜାଣିଛନ୍ତି । ଜଳ ବିହୁନେ ମାତ୍ର ଅବସ୍ଥା ଯାହା, ଦୁର୍ନୀତି ବିହୁନେ କଂଗ୍ରେସ ଦଳର ଅବସ୍ଥା ସେୟା ବୋଲି, ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଥିଲେ ଜିଲ୍ଲା ପ୍ରଭାରୀ ଶ୍ରୀ ମହାନ୍ତି । ଏଣୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବିକଶିତ ଭାରତ ଜୀ ରାମ ଜୀ ଯୋଜନା କୁ ସଠିକ୍ ଢଙ୍ଗରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଆହ୍ବାନ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁନୀଲ୍ ପାଢ଼ୀ, ସମୀର ନାୟକ, ପ୍ରତିମା ସାହୁ, ଗୀତାଞ୍ଜଳୀ ନାୟକ, ଏମପି ପ୍ରତିନିଧି ସନ୍ତୋଷ ତିଆଡି ଏବଂ ମହେନ୍ଦ୍ର ପଣ୍ଡାଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା, ଦଳୀୟ କର୍ମୀ ଏବଂ ସମର୍ଥକ ମାନେ ସାମିଲ ହୋଇଥିଲେ ।