ସୋରଡ଼ା: ଅଟୋ ଓଲଟି ୨୨ ଗୁରୁତର

ସୋରଡ଼ା ୧୯/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଗଜପତି ସୀମାନ୍ତ ମୋହନା ଥାନା ଅନ୍ତର୍ଗତ ଯରାଉ ଛେଦନଈ ଗ୍ରାମ ନିକଟ ରେ ଅଟୋ ଓଲଟି ୨୨ ଗୁରୁତର । ସୂଚନା ମୁତାବକ ଏକ ଯାତ୍ରୀବାହୀ ଅଟୋ ରେ ୨୪ ଜଣ ମୋହନା ବ୍ଲକ ଗୋବିନ୍ଦ ପୁର ଗ୍ରାମରୁ ବଡଗଡ ଅଭିମୁଖେ ଆସୁଥିବା ବେଳେ ଭେଟନଈ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖିବା ପରେ ସୂଚନା ଦେବା ପରେ ୧୦୮ ଯୋଗେ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା କିନ୍ତୁ ୧୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ୧୦୮ ଯୋଗେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏହି ଅଟୋରେ ପୁରୁଷ ୮ , ମହିଳା ୫ , ଛୋଟ ପିଲା ୯ ଓ ଶିଶୁ ୨ ଜଣ ଥିଲେ ।