
ଭଂଜନଗର -୨୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଦିନ ତମାମ ଗାଁ ରେ ଭାଲୁ ଆତଙ୍କ । ନିକଟସ୍ଥ ଜଙ୍ଗଲରୁ ଆସି, ଗାଁ ନିକଟକୁ ଲାଗି ରହିଥିବା ଆଖୁ ପଦରରେ ପଶିଲା, ବଣୁଆ ଭାଲୁ । ଭଂଜନଗର କେନ୍ଦ୍ରିୟ ବନାଞ୍ଚଳର ପାଲକଷଣ୍ଢା ଗାଁ ନିକଟରେ ନଜରକୁ ଆସିଛି ଏଭଳି ଘଟଣା । ସଂପୃକ୍ତ ଭାଲୁ ଟି ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଆକ୍ରମଣ କରିଥିବାରୁ, ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ, ବନପାଳ ଶଙ୍କର ଗୈ।ଡ ଏବଂ ବନବିଭାଗ ଟିମ୍ ପହଞ୍ଚି, ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ । ତଥାପି ଭାଲୁ ଟି ସନ୍ଧ୍ୟା ସୁଦ୍ଧା ଉକ୍ତ ଆଖୁ ପଦର ଭିତରେ ଛପି ରହିଥିବାରୁ, କାଳେ ଗାଁ ଭିତରକୁ ପଶି ଆସିବ, ସେଥିପାଇଁ ଲୋକେ ଗାଁ ଚାରିପଟକୁ ଘେରି ରହିଥିଲେ । ରାତିରେ, ଭାଲୁକୁ ଘଉଡାଇବା ପାଇଁ ଗାଁ ଲୋକେ ଉଦ୍ୟମ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।