
ଭଞ୍ଜନଗର ୦୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୁଚନାନୁସାରେ, ଗତ ବର୍ଷ ମାର୍ଚ୍ଚ ମାସରେ ମୁଜାଗଡ ଅଞ୍ଚଳର ଜଣେ ୬ ବର୍ଷର ଶିଶୁକୁ ଗୁଣ୍ଡୁରୀ ବାଡି ଗ୍ରାମର ଜଗବନ୍ଧୁ ଗୌଡ଼ ଯୌନ ନିର୍ଯ୍ୟାତନା ଦେଇଥିବା ସେହି ସମୟରେ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗ କୁ ପୁଲିସ ଗୁରୁତର ସହ ନେଇ ୨୮୮/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜଗବନ୍ଧୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସହ ଭଞ୍ଜନଗର ପୁଲିସ ର ତ୍ବରିତ ପଦକ୍ଷେପ ଯୋଗୁ ଆବଶ୍ୟକ ପ୍ରମାଣ ଓ ଦସ୍ତାବିଜ କୋର୍ଟ ରେ ଦାଖଲ ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ମାନ୍ୟବର କୋର୍ଟ ୧୦ ମାସ ୧୬ ଦିନରେ ଉକ୍ତ ମାମଲାର ରୟ ଶୁଣାଇଛନ୍ତି। ରାୟରେ ଅଭିଯୁକ୍ତ ଜଗବନ୍ଧୁ ଙ୍କୁ ୨୦ ବର୍ଷ। ଜେଲ ଦଣ୍ଡ ଭୋଗିବା ନେଇ ଉଲ୍ଲେଖ ରହିଛି। ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ବାଳ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ।