
ଭଞ୍ଜନଗର ୧୧/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭାଲିଆଖାଇ ଛକ ଠାରେ ବୁଧବାର ସକାଳେ ଏକ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଜଣକ ଗାଙ୍ଗପୁର ଥାନା ବାଙ୍କଲେଡି ଗ୍ରାମର ବାହାଲି ଗୌଡ଼ (୫୫) ବୋଲି ଜଣାପଡିଛି।ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ତାନାନ୍ତର କରିଛନ୍ତି।
ସୁଚନାନୁସାରେ, ବୁଧବାର ସକାଳେ ନିଳକଣ୍ଠ ନାମକ ଏକ ବସ୍ ସୋରଡ଼ା ରୁ ଭଞ୍ଜନଗର ଅଭିମୁଖେ ଆସୁଥିଲା। ଏହି ସମୟରେ ଭାଲିଆଖାଇ ଛକ ଜାତୀୟ ରାଜପଥରେ ବସ୍ ଟି ବାହାଲିଙ୍କୁ ଧକ୍କା ଦେଇ ନିକଟରେ ଥିବା ନର୍ସରୀ ପର୍ଯ୍ୟନ୍ତ ପ୍ରାୟ ୧୦୦ ମିଟର ଘୋଷାରି ନେଇଥିଲା। ଫଳରେ ବାହାଲି ଗୁରୁତର ହୋଇ ପଡ଼ିଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ହଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି। ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ ଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।