
ଚୌଦ୍ୱାର (ଶିବବ୍ରତ ଦାସ )୧୪ ଫେବୃଆରୀ ଦିନଟି ସାଧାରଣତଃ ବିଦେଶୀ ସଭ୍ୟତା ଅନୁସାରେ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଏ। ଏହା ପ୍ରେମ, ସମ୍ପର୍କ ଓ ଭାବନାର ଦିନ। କିନ୍ତୁ ଏହି ଦିନଟି ଆମ ଦେଶ ପାଇଁ ଏକ ଦୁଃଖଦ ସ୍ମୃତି ମଧ୍ୟ ବହନ କରେ। ୨୦୧୯ ମସିହାରେ ଏହି ଦିନରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସି.ଆର.ପି.ଏଫ୍ ଜୱାନ ଶହୀଦ ହୋଇଥିଲେ। ସି.ଆର୍.ପି.ଏଫ୍ ଜୱାନ ଙ୍କ ବସ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଘଟଣା ଦେଶକୁ ହତବାକ୍ କରିଦେଇଥିଲା। ସେହି ଜୱାନ ମାନେ ଆମ ସୁରକ୍ଷା ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିଲେ। ଏହି ପରିପ୍ରେକ୍ଷରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଓବିଶି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ବାଇଁ ସମଗ୍ର ଭାରତୀୟଙ୍କୁ ନମ୍ର ଅନୁରୋଧ କରିଛନ୍ତି ଯେ, ୧୪ ଫ୍ରେବୃଆରି କୁ ଆମେ ସମସ୍ତେ ବୀର ସହିଦ ଦିବସ ଭାବରେ ପାଳନ କଲେ ଏହା ଆମର ସହିଦ ସୈନିକ ମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି। ଏହି ଦିନକୁ ଭାରତୀୟ ମାନେ ମାତୃ,ପିତୃ ପୂଜନ ଦିବସ ଭାବରେ ପାଳନ କରନ୍ତି। ଯଦି ଆମ୍ଭେ ମାନେ ବାପ, ମାଆଙ୍କ ର ପୂଜା କରିବା ସହିତ ସହିଦ ବୀର ସୈନିକ ମାନଙ୍କ ପାଇଁ ଗୋଟିଏ ଦୀପ ପ୍ରଜ୍ବଳନ କରିବା। କଳା ପଟ୍ଟି ପିନ୍ଧି ଦୁଇ ମିନିଟ୍ ନିରବତା ପାଳନ କରି ଶହୀଦ ଜୱାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସଚେତନତା ସୃଷ୍ଟି କରିବା। ଏହା ପ୍ରେମର ବିରୋଧ ନୁହେଁ, ବରଂ ଦେଶ ପାଇଁ ପ୍ରାଣ ଦେଇଥିବା ବୀରମାନଙ୍କ ପ୍ରତି ସତ୍ୟ ସମ୍ମାନ। ଆମର ପ୍ରେମ କେବଳ ବ୍ୟକ୍ତିଗତ ସମ୍ପର୍କ ପର୍ଯ୍ୟନ୍ତ ସୀମିତ ନ ରହି, ଦେଶ ପ୍ରେମରେ ମଧ୍ୟ ପ୍ରକାଶ ପାଉ। ଆସନ୍ତୁ, ୧୪ ଫେବୃଆରୀରେ ଆମେ ଆନନ୍ଦର ସହ ଦାୟିତ୍ୱ ବୋଧକୁ ମଧ୍ୟ ସ୍ମରଣ କରିବା। ଶହୀଦ ଜୱାନ ମାନଙ୍କ ବଳିଦାନକୁ ସ୍ମରଣ କରି, ଏକତା ଓ ଶାନ୍ତିର ସନ୍ଦେଶ ପ୍ରସାର କରିବା।