ଭଞ୍ଜନଗର ପୋଲିସ ଉପଖଣ୍ଡରେ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ଭଞ୍ଜନଗର ୧୭/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶା ପୋଲିସ ହାବିଲଦାର ଏବଂ କନେଷ୍ଟବଳ ସଂଘ ଗଞ୍ଜାମ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ମଙ୍ଗଳବାର ଜିଲ୍ଲାର ବିଭିନ୍ନ ଥାନାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ସେହିପରି ଭଞ୍ଜନଗର ପୋଲିସ ଉପଖଣ୍ଡ ଅଧିନ ୬ଟି ଥାନାରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଥାନାରେ ମଧ୍ୟ ପୋଲିଂ ଅଧିକାରୀ ଭାବେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମତଦାନ ଅନୁଷ୍ଠିତ ହୋଇଥିଲା।ସଂଘର ସଭାପତି, ଉପ ସଭାପତି, ସମ୍ପାଦକ, ସହ ସମ୍ପାଦକ, କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ଓ କାର୍ଯ୍ୟକାରି ସଭ୍ୟ ପଦବୀ ନିମନ୍ତେ ଅନେକ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ିଛନ୍ତି।
ଉପଖଣ୍ଡର ଭଞ୍ଜନଗର ଥାନାର ୫୨ ରୁ ୫୦ ଜଣ ଭୋଟ ଦେଇଛନ୍ତି। ସେହିପରି ତାରାସିଂ ଥାନାର ୧୮ ରୁ ୧୫ ଜଣ ଭୋଟ ଦେଇଛନ୍ତି। ସେହିପରି ବେଲଗୁଣ୍ଠା ଥାନାର ୧୮ ରୁ ୧୮ ଜଣ, ବୁଗୁଡ଼ା ଥାନାର ୨୦ରୁ ୧୮ ଜଣ ଭୋଟ ଦେଇଥିବା ବେଳେ ଗାଙ୍ଗପୁର ଥାନାର ୧୧ କୁ ୧୧, ଜଗନ୍ନାଥପ୍ରସାଦର ୧୨ ରୁ ୧୧ ଜଣ ଭୋଟ ଦେଇଛନ୍ତି।ମତଦାନ ପରେ ଭୋଟ ବାକ୍ସକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଛତ୍ରପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।